ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଶାଖା ଡ୍ରାଇଭର ମହାସଙ୍ଗ ତରଫରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ବାଣପୁର ବ୍ଲକ ଶାଖା ଡ୍ରାଇଭର ମହାସଂଘ ସଭାପତି ଙ୍କ ନେତୃତ୍ୱରେ ବାଣପୁର ଅଞ୍ଚଳର ସମସ୍ତ ଡ୍ରାଇଭର ମାନେ ଏକତ୍ରିତ ହୋଇ ପଲଟନ ପଡ଼ିଆରେ ଥିବା କାର୍ଯ୍ୟାଳୟ ଠାରୁ ଏକ ବାଇକ ରାଲିରେ ଶୋଭାଯାତ୍ରାରେ ବାହାରି ବାଣପୁର ସହର ପରିକ୍ରମା କରିବା ସହ ନାଚୁଣୀ ମାଁ ପଣ୍ଡାବାଶୁଣି ମନ୍ଦିର ଠାରେ ପହଞ୍ଚି ମନ୍ଦିର ପାଙ୍ଗଣରେ ଏକ ବୈଠକ କରିଥିଲେ । ଏହି ବୈଠକରେ ଡ୍ରାଇଭର ମହାସଂଘର ଖୋର୍ଦ୍ଧା ଜିଲ୍ଲା ସଭାପତି ରାଜେଶ ଦାସ, ଖୋର୍ଦ୍ଧା ଜିଲ୍ଲା ସମ୍ପାଦକ ବାବୁଲି ତ୍ରିପାଠୀ, ବାଣପୁର ବ୍ଲକ ଡ୍ରାଇଭର ମହାସଂଘର ସଭାପତି ବନମାଳୀ ପରିଡା, ଉପ ସଭାପତି ସେକ ସୌକତ, ସମ୍ପାଦକ ବେଣୁଧର ମୁଦୁଲି ଓ ଆଡମିନ ସୂର୍ଯ୍ୟ ନାରାୟଣ ସାହୁ, ଶରତ ଚନ୍ଦ୍ର ବଳିୟାରସିଂ, ବିନୋଦ ଜେନା, ଅବଦୁଲ ସଲିମ ଖାଁ ଲାଲା ଙ୍କ ସମେତ ବାଣପୁର ବ୍ଲକର ସମସ୍ତ ଡ୍ରାଇଭର ଉପସ୍ଥିତ ଥିଲେ । କିଛିଦିନ ତଳେ ଓଡିଶା ଡ୍ରାଇଭର ମହାସଂଘ ସରକାରଙ୍କୁ ଦାବି ଜଣାଇଥିବା ବିଷୟ ଆଲୋଚନା କରିଥିଲେ । ଆଗାମୀ ଦିନରେ ସରକାର ଜଦି ସଂଘର ଦାବିପତ୍ର ଉପରେ ବିଚାର ନକରନ୍ତି ତାହାହେଲେ ଆସନ୍ତା ଦୁଇ ହଜାର ଚବିଶି ନିର୍ବାଚନରେ ଜବାବ ଦିଆଯିବ ବୋଲି ସଂଙ୍ଘ କହିଛନ୍ତି । ବୈଠକରେ ବାଣପୁର ବ୍ଲକ ଶାଖା ଡ୍ରାଇଭର ମହାସଂଘ ତରଫରୁ ଏକ ନିଷ୍ପତି ମଧ୍ୟ ନିଆ ଯାଇଛି । କିପରି ଡ୍ରାଇଭର ଭାଇମାନେ ଗାଡି ଚଳାଉଥିବା ସମୟରେ ୟୁନିଫର୍ମ ପିନ୍ଧିବା ଓ ନିଜର ଆଇକାର୍ଡ ବେକରେ ପକାଇବା ଓ ମଦ୍ୟପାନ ନକରି ଗାଡି ଚଳେଇବା ପାଇଁ କଡା ନିଷ୍ପତି ନିଆଯିବା ସହ ସମସ୍ତ ନିଷ୍ପତି କୁ କାର୍ଯ୍ୟରେ ଲଗାଇବେ ବୋଲି ସଂଘର ସମସ୍ତ ଡ୍ରାଇଭରର ଶପଥ ଗ୍ରହଣ କରିଥିଲେ ।