ପାରାଦୀପ ରେ ସାମାଜିକ ଶୃଙ୍ଖଳା ଆଉ ମହତ ପରିବେଶ ସୃଷ୍ଟି ନେଇ ଜନ ଚେତନା !!!

Spread the love

ପାରାଦୀପ ( ଆୱାଜ ମିଡ଼ିଆ ) – ଚକ୍ରବର୍ତ୍ତୀ ଓତା : ବନ୍ଦର ନଗରୀ ପାରାଦୀପର ମୁଖଶାଳା ପାଲଟିଛି ମୁକ୍ତାକାଶ ମଧୁଶାଳା ! ପାରାଦୀପ ସହରର ମୁଖଶାଳା କୁହଯାଉଥିବା ଅଠରବାଙ୍କୀ ଛକରେ ଥିବା ସରକାରୀ ମଦ ଦୋକାନ ଆଗରେ ଏକ ଚାଖେଣା ଦୋକାନ କୁ ନେଇ ପ୍ରଶ୍ନ ଉଠାଇଛି ଅଠରବାଙ୍କୀ ବଣିକ ସଂଘ | ଆଜି ସନ୍ଧ୍ୟାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେର କର୍ମକର୍ତ୍ତା ମାନେ ଏହି ଦୋକାନ ପାଇଁ ବଜାରରେ ମଦ୍ୟପ ଙ୍କ ଆଡ୍ଡା ଜମୁଥିବା, ଝିଅ ବୋହୁ କାଳୀ ମନ୍ଦିର କୁ ଯାଇ ପାରୁନଥିବା ଓ ବିଶେଷ କରି ମେଡିକାଲ କୁ ରୋଗୀ ନେଇ ଯାଉଥିବା ଆମ୍ବୁଲାନ୍ସକୁ ଅନେକ ସମୟରେ ଅସୁବିଧା ହେଉଥିବା ଅଭିଯୋଗ ବାଢିଛନ୍ତି | ପାରାଦୀପ ଆଦର୍ଶ ଥାନାରେ ସଂଘ ପକ୍ଷରୁ ଦିଆଯାଇଥିବା ଲିଖିତ ଅଭିଯୋଗ ଅନୁଯାଇ ନିତ୍ୟାନନ୍ଦ ଶାସମଲ ନାମକ ଜୈନିକ ଯୁବକ ମଦ ଦୋକାନ ସାମ୍ନା ରେ ପ୍ରଥମେ ଏକ ଜଳଖିଆ ଦୋକାନ ଖୋଲି ପରେ ଏହାକୁ ଚାଖେଣା ଦୋକାନ କରି ମଦ୍ୟପ ମାନଙ୍କୁ ଦିନ ରାତି ମଦ ପିଈବା ପାଇଁ ସୁଯୋଗ ଦେଇଥିଲେ | ସଂଘ ଏହାକୁ ବିରୋଧ କରିବାରୁ ସମ୍ପୃକ୍ତ ଯୁବକ ସଂଘ ନାମରେ ତାର ଦୋକାନ ଭାଙ୍ଗିବାକୁ ନେଇ ମିଥ୍ୟା ଅଭିଯୋଗ କରିଥିଲେ | ଉଭୟ ପରସ୍ପର ବିରୋଧୀ ଏତଲା ପରେ ଏବେ ସେଠାରେ ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି | ମଦ ଦୋକାନ ସାମ୍ନା ରେ ଖୁଲମ ଖୁଲା ମଦ ପିଇବାକୁ ବାରଣ କରିବାକୁ ପ୍ରଶାସନ କୁ ଅନୁରୋଧ କରିଛନ୍ତି ସଂଘ ର କର୍ମକର୍ତ୍ତା |

Leave a Reply

Your email address will not be published. Required fields are marked *