ଶୀତଋତୁ ର ଆଗମନ ରେ ଚିଲିକାକୁ ଆସିଲେଣି ନୂଆ ଅତିଥି !!!

Spread the love

ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଶୀତଋତୁ ର ଆଗମନ ରେ ଚିଲିକା ମୁହାଁ ହୋଇଛନ୍ତି ବିଦେଶାଗତ ପକ୍ଷୀ l ସୁଦୂର କାଶ୍ମୀର ଠାରୁ ଆରମ୍ଭ କରି ବିଦେଶର ସାଇବେରିଆ, ମଙ୍ଗୋଲିଆ, ଅଷ୍ଟ୍ରେଲିଆ,କୋରିଆ ପରି ଅନେକ ଦେଶରୁ ଲକ୍ଷ ଲକ୍ଷ ପକ୍ଷୀ ମାଇଲ ମାଇଲ ବାଟ ଅତିକ୍ରମ କରି ଉଡି ଆସନ୍ତି ଚିଲିକା କୁ ନିଜର ଖାଦ୍ୟ ସନ୍ଧାନରେ , ଅକ୍ଟୋବର ମାସରେ ରଙ୍ଗ ବେରଙ୍ଗର ପକ୍ଷୀ ଦେଖିବାକୁ ମିଳିଥାଏ ମରାଳ ମାଳିନୀ ନୀଳମ୍ବୁ ଚିଲିକା ରେ ! କିଚିରି ମିଚିରି ଶବ୍ଦରେ ମୁଖରିତ ହୋଇଉଠେ ଚିଲିକା ର ବିଭିନ୍ନ ପ୍ରାନ୍ତ ! ନଳବଣ, ସାତପଡ଼ା, ମଙ୍ଗଳା ଯୋଡ଼ି, ରମ୍ଭା, ଗମ୍ଭାରୀ , ସିପାକୁଦା ପରି ଅଞ୍ଚଳ ରେ ପକ୍ଷୀ ଙ୍କୁ ସୁହାଇଲା ପରି ରହିବା ଓ ଖାଇବା ପ୍ରଚୁର ମିଳିଥାଏ l

ଏସିଆ ମହାଦେଶ ର ସର୍ବବୃହତ ଲୁଣା ହ୍ରଦ ହେଉଛି ଚିଲିକା, ବିଦେଶ ରେ ବରଫ ତୁଷାରପାତ ଯୋଗୁଁ ରହିବା ଖାଇବାର ଅସୁବିଧା ଯୋଗୁଁ ନିରାପଦ ଓ ସୁରକ୍ଷା ପାଇଁ ବିଦେଶlଗତ ପକ୍ଷୀମାନେ ବାଛିଥାନ୍ତି ଚିଲିକା କୁ , ଏଠାରେ ବଡ଼ବଡ଼ ନଳ କୁଦା ଘାସ ସାଙ୍ଗକୁ ଖାଦ୍ୟ ବେଶ ମିଳି ପlରୁଥିବାରୁ ଶୀତ ଚାରି ମାସ ଚିଲିକାରେ ରହିବାକୁ ପସନ୍ଦ କରିଥାନ୍ତି ପକ୍ଷୀମାନେ ! ଗେଣ୍ଡି, ଗେଣ୍ଡାଳିଆ, ଦଦରlହଣା, ଗଡ଼ୱlଲ, ସମୁଦ୍ର କାଉ ପରି ପ୍ରାୟ ବହୁତ ପ୍ରଜାତି ର ପକ୍ଷୀ ଦେଖିବାକୁ ମିଳିଥାଏ l ସୂର୍ଯ୍ୟଙ୍କ ପହିଲି କିରଣ ଚିଲିକା ପଡିବା କ୍ଷଣି ରଙ୍ଗ ବେରଙ୍ଗ ଲହଡି ତା ‘ସଙ୍ଗକୁ କଳକଳ ଶବ୍ଦ ସହିତ ପକ୍ଷୀଙ୍କ କିଚିରି ମିଚିରି ଶବ୍ଦ ରେ ମୁଖରିତ ହୋଇ ଚିଲିକାର ସୌନ୍ଦର୍ଯ୍ୟକୁ ଦୁଇ ଗୁଣିତ କରିଥାଏ l ଏହି ସୌନ୍ଦର୍ଯ୍ୟ କୁ ଉପଭୋଗ କରିବା ପାଇଁ ଓଡିଶା ତଥା ଦେଶ ବିଦେଶୀ ପର୍ଯ୍ୟଟନ ଭିଡ଼ ଦେଖିବାକୁ ମିଳିଥାଏ, ଏବେଠୁ ତତ୍ପର ହେଲାଣି ଚିଲିକା ର ବିଭିନ୍ନ ପର୍ଯ୍ୟଟନ ସ୍ଥଳ ବାଲୁଗାଁ, ବଡକୁଳ, ରମ୍ଭା, ସାତପଡ଼ା, ପାରିକୁଦ ଓ ମଙ୍ଗଳାଯୋଡ଼ି ପରି ପର୍ଯ୍ୟଟନ ସ୍ଥାନ l

Leave a Reply

Your email address will not be published. Required fields are marked *