ଧଳାପଥର ରେ ଶିଶୁ ମହୋତ୍ସବ ସୁରଭି ୨୦୨୨ ଅନୁଷ୍ଠିତ !!!

Spread the love

ବୋଲଗଡ ( ଆୱାଜ ମିଡିଆ ) – ଗଙ୍ଗାଧର ସାହୁ : ବୋଲଗଡ ବ୍ଲକ ଧଳାପଥର ଗ୍ରାମ ପଞ୍ଚାୟତ ଅଧିନସ୍ଥ ଧଳାପଥର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୨ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୃଷ୍ଣଚନ୍ଦ୍ର ଦାସଙ୍କ ସଭାପତିତ୍ବରେ ଉଦ୍‌ଘାଟିତ ହୋଇଯାଇଛି । ବୋଲଗଡ ଗୋଷ୍ଠୀ ଶିକ୍ଷା ଅଧିକାରୀ ଡଃ ନିରଞ୍ଜନ ମହାନ୍ତିଙ୍କ ତତ୍ତ୍ବାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଧଳାପଥର ଗ୍ରାମ ପଞ୍ଚାୟତର ସରପଞ୍ଚ ନାରାୟଣ ସାହୁ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ମାଧବ ଚନ୍ଦ୍ର ସାହୁ, ଗେଡିଆପଲ୍ଲୀ ହାଇସ୍କୁଲର ପ୍ରଧାନ ଶିକ୍ଷକ ନୀଳମଣି ବରାଡ, ଗେଡିଆପଲ୍ଲୀ ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀମତୀ କବିତା ମଞ୍ଜରି ତ୍ରିପାଠୀ, ସମିତି ସଭ୍ୟ ରଞ୍ଜନ କୁମାର ପଣ୍ଡା ଯୋଗ ଦେଇଥିବା ବେଳେ ପୂର୍ବତନ ପ୍ରଧାନ ଶିକ୍ଷକ ଲୋକନାଥ ସାହୁ ବରିଷ୍ଠ ଅତିଥି ଭାବେ ଯୋଗଦାନ କରି ସୁରଭି କାର୍ଯ୍ୟକ୍ରମକୁ ଅଧିକ ସାଫଲ୍ଯ ମଣ୍ଡିତ କରିଥିଲେ । ପିଲାଙ୍କ ମଧ୍ୟରେ ଥିବା ସୃଜନଶୀଳତାର ବିକାଶ ହେବାର ଲକ୍ଷ୍ୟନେଇ ଆରମ୍ଭ ହୋଇଥିବା ସୁରଭି କାର୍ଯ୍ୟକ୍ରମରେ କୁଇଜ, ବକୃତା, ପ୍ରବନ୍ଧ ଲିଖନ, ଚିତ୍ରାଙ୍କନ, ସଙ୍ଗୀତ , ନାଚ ଆଦିର ପ୍ରତିଯୋଗିତା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଧଳାପଥର ବାଳିକା ଉଚ୍ଚ ବିଦ୍ୟାଳୟ, ଧଳାପଥର ପ୍ରାଥମିକ ବିଦ୍ୟାଳୟ, ଗେଡିଆପଲ୍ଲୀ ଉଚ୍ଚ ବିଦ୍ୟାଳୟ, ଠଣାପଲ୍ଲୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଶ୍ରୀରାମପୁର ପ୍ରାଥମିକ ବିଦ୍ୟାଳୟ, କୋଦୁଅବେରେଣୀ ପ୍ରାଥମିକ ବିଦ୍ୟାଳୟ, ପାଇକରାପୁର ଓ ଗଉଡ ନୂଆଗାଁ ପ୍ରାଥମିକ ବିଦ୍ୟାଳୟ ପରି ୮ ଗୋଟି ବିଦ୍ୟାଳୟରୁ ପ୍ରାୟ ୫୦୦ ଛାତ୍ରଛାତ୍ରୀ ପ୍ରତିଯୋଗିତାର ଅଂଶଗ୍ରହଣ କରିଥିଲେ । ଉଦ୍‌ଘାଟନ କାର୍ଯ୍ୟକ୍ରମରେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ପଦ୍ମ ଚରଣ ବେହେରା ଉପସ୍ଥିତ ରହି କୃତିତ୍ବ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ଆଞ୍ଚଳିକ ସାଧନାକେନ୍ଦ୍ରର ସଂଯୋଜିକା ଶ୍ରୀମତୀ ରତ୍ନପ୍ରଭା ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସେହିପରି ବିଭିନ୍ନ ପ୍ରତିଯୋଗିତାରେ ବିଚାରକ ଭାବେ ନୃତ୍ୟଗୁରୁ ଧୃବଚରଣ ମହାପାତ୍ର, ସମାଜସେବୀ ଶାନ୍ତିଲତା ରାଉତରାୟ, ସନ୍ଧ୍ୟା ଆରତି ପ୍ରାଇଭେଟ ଲିମିଟେଡର ପରିଚାଳନା ନିର୍ଦ୍ଦେଶିକା ସନ୍ଧ୍ୟାରାଣୀ ସେଠୀ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ । ଏହି ଅବସରରେ ରତ୍ନପ୍ରଭା ସାହୁଙ୍କ ପରିଚାଳନା ଓ ଉପସ୍ଥାପନା ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିବା ବେଳେ ଶିକ୍ଷକ ସୁଶାନ୍ତ କୁମାର ବେହେରା, ସୂର୍ଯ୍ୟକାନ୍ତ ପ୍ରଧାନ, ଦୀନବନ୍ଧୁ ସାହୁ, ଦାଶରଥୀ ନାହାକ, ଶିକ୍ଷୟିତ୍ରୀ ସସ୍ମିତା ପ୍ରଧାନ, ରନିକା ସାହୁ, କୁମୁଦିନୀ ସାହୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ୨୫ ଗୋଟି ସ୍ବୟଂ ସହାୟକ ଗୋଷ୍ଠୀର ସଭ୍ୟ ମାନଙ୍କ ସହ ଛାତ୍ରଛାତ୍ରୀ ମାନଙ୍କ ମାତୃମଣ୍ଡଳୀ ଉପସ୍ଥିତ ଥିଲେ। ପରିଶେଷରେ ସମାଜସେବୀ ଭାଗିରଥି ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *