କଳିଙ୍ଗ ପୁସ୍ତକ ମେଳାର ରୌପ୍ୟ ଜୟନ୍ତୀ ସମାରୋହ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ଭୁବନେଶ୍ୱର ରେ ମହିଳା ମାନଙ୍କ ଦ୍ବାରା ପରିଚାଳିତ ହେଉଥିବା ଦେଶର ଏକମାତ୍ର ପୁସ୍ତକ ମେଳା କଳିଙ୍ଗ ପୁସ୍ତକ ମେଳାର ୨୫ ବର୍ଷ ପୂର୍ତ୍ତି ତଥା ରୌପ୍ୟ ଜୟନ୍ତୀ ଅବସରରେ ‘ପୂର୍ଣ୍ଣେନ୍ଦୁ ମିଶ୍ର ସ୍ମୃତି ସ୍ମାରକୀ ସମ୍ମାନ’ ରେ ସମ୍ମାନିତ ହେବେ ରାଜ୍ୟର ବିଭିନ୍ନ ସୁନାମଧନ୍ୟ ଲେଖକ ! ଏହି ପୁସ୍ତକ ମେଳା ଆସନ୍ତା ଅକ୍ଟୋବର ୨୮ ତାରିଖରୁ ନଭେମ୍ବର ୬ ତାରିଖ ୨୦୨୨ ପର୍ଯ୍ୟନ୍ତ ଚାଲିବ। ଓଡ଼ିଆ ସାହିତ୍ୟର ୧୧ ଗୋଟି ବିଭାଗରେ ଦିଆଯିବ ‘ପୂର୍ଣ୍ଣେନ୍ଦୁ ମିଶ୍ର ସ୍ମୃତି ସ୍ମାରକୀ ସମ୍ମାନ’ । ଚଳିତ ବର୍ଷ କଳିଙ୍ଗ ପୁସ୍ତକ ମେଳା ର ୨୫ ତମ ପୂର୍ତ୍ତି ଅବସରରେ ପାଳିତ ହେବାକୁ ଯାଉଛି ରୌପ୍ଯ ଜୟନ୍ତୀ ! ଭୁବନେଶ୍ବର ସ୍ଥିତ ପ୍ରଦର୍ଶନୀ ପଡିଆ ଠାରେ ଆୟୋଜିତ କାର୍ଯ୍ୟକ୍ରମ ଆସନ୍ତା ୨୮ ତାରିଖ ଠାରୁ ନଭେମ୍ବର ୬ ତାରିଖ ଦିବା ୨ ଘଟିକା ଠାରୁ ରାତ୍ର ୯ ଘଟିକା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ସାରାଦେଶରୁ ଏ ବର୍ଷ ପ୍ରାୟ ୨୦୦ ରୁ ଉର୍ଦ୍ଧ ପୁସ୍ତକ ପ୍ରକାଶନ, ବିତରକ,ବିକ୍ରେତାଙ୍କ ସହ ଶିକ୍ଷା, ସାହିତ୍ୟ ଓ ସଂସ୍କୃତି ସହ ଜଡିତ ଅନୁଷ୍ଠାନମାନ ମଧ୍ୟ ଯୋଗ ଦେଉଛନ୍ତି । ପ୍ରତିବର୍ଷ ପରି ଚଳିତ ବର୍ଷ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ହୋଇ ପୁରଷ୍କାର ପ୍ରଦାନ କରାଯିବା ସହ ପ୍ରତ୍ଯେକ ସାଂସ୍କୃତିକ ମଞ୍ଚରେ ପୁସ୍ତକ ଉନ୍ମୋଚନ, ସାହିତ୍ୟ ଆସର ତଥା ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଆୟୋଜିତ ହେବ । ପ୍ରତ୍ୟେକ ଦିନ ପ୍ରାୟ ୪୦ ରୁ ୫୦ ହଜାର ଦର୍ଶକ ତଥା ପୁସ୍ତକ ପ୍ରେମି ମେଳା ଦେଖିବାକୁ ଆସିବେ । ପ୍ରତିବର୍ଷ ପରି ଓଡିଆ ସାହିତ୍ୟର ୧୧ ଗୋଟି ବିଭାଗରେ ୧୨ ଗୋଟି ଯୋଗ୍ଯ ବିବେଚିତ ପୁସ୍ତକର ଲେଖକ / ଲେଖିକାଙ୍କୁ ପୂର୍ଣ୍ଣେନ୍ଦୁ ମିଶ୍ର ସ୍ମୃତି ସମ୍ମାନ ପ୍ରଦାନ କରାଯିବ ତା ସହିତ ସମାଜର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ପ୍ରତିଭାସଂପନ୍ନ ମହିଳା ମାନଙ୍କୁ କଳିଙ୍ଗ ପୁସ୍ତକ ମେଳା ସମ୍ମାନରେ ସମ୍ମାନିତ କରାଯିବ ବୋଲି ଅନୁଷ୍ଠାନର ସଂମ୍ପାଦିକା ରେଣୁକା ମିଶ୍ର ସୁଚନା ଦେଇଛନ୍ତି । ସୁଚନା ଯୋଗ୍ୟ ଯେ କଳିଙ୍ଗ ପୁସ୍ତକ ମେଳା ହେଉଛି ଦେଶର ଏକ ମାତ୍ର ପୁସ୍ତକ ମେଳା ଯାହାକି କେବଳ ମହିଳା ମାନଙ୍କ ଦ୍ବାରା ପରିଚାଳିତ ହେଉଛି । ସମସ୍ତ ପୁସ୍ତକ ପ୍ରେମି ମାନଙ୍କୁ ଏହି ରୌପ୍ଯ ଜୟନ୍ତୀ ସମାରୋହରେ ସାମିଲ ହୋଇ ଉତ୍ସବକୁ ସ୍ମରଣିୟ କରିବା ପାଇଁ କଳିଙ୍ଗ ପୁସ୍ତକ ମେଳା କମିଟି ତରଫରୁ ନିବେଦନ କରାଯାଇଛି । ଚଳିତ ବର୍ଷ ପୂର୍ଣ୍ଣେନ୍ଦୁ ମିଶ୍ର ସ୍ମୃତି ସମ୍ମାନ ପାଇବା ନିମନ୍ତେ ଯୋଗ୍ୟ ବିବେଚିତ ଲେଖକ/ଲେଖିକା ମାନେ ହେଲେ ୧- ଭ୍ରମଣ କାହାଣୀ ବିଭାଗରେ- ଅନୁଭବରେ ବିଶାଳ ଆମେରିକା – ଲେଖକ ମନୋରଞ୍ଜନ ପାଣିଗ୍ରାହୀ (ସୃଜନ ପ୍ରକାଶନୀ ଭୂବନେଶ୍ବର) ୨- ଧର୍ମ ବିଭାଗରେ- ଭାଗବତ ଦର୍ପଣ- ଅଶୋକ କୁମାର ଆଚାର୍ଯ୍ୟ (ଞ୍ଯାନଯୁଗ ପବ୍ଲିକେସନ ଭୂବନେଶ୍ବର) ୩- ବ୍ଯଙ୍ଗ ବିଭାଗରେ- ବ୍ଯଙ୍ଗ ବାରୁଦ- ଗିରିଶ ରଞ୍ଜନ ସାହୁ (ଭାଇରସ)(ପେନଇନ ବୁକ୍ସ ପ୍ରକାସନ ଭୂବନେଶ୍ବର) ୪- କବିତା ବିଭାଗରେ- କୁହୁଡି ବଣ ଲେଖିକା ବନ୍ଦନା ପଣ୍ଡା (ପେନଇନ ବୁକ୍ସ ପ୍ରକାସନ ଭୂବନେଶ୍ବର) ୫ କବିତା ବିଭାଗରେ- ସ୍ବପ୍ନ ପାଖାପାଖି- ସୁରେଶ ନାୟକ ( ଏଥୋନା ବୁକ୍ସ ଭୂବନେଶ୍ବର) ୬- ଅନୁବାଦ ବିଭାଗରେ- କୁମାର ସମ୍ଭବମ- ବାଉରୀବନ୍ଧୁ ଲେଙ୍କା (ବନଫୁଲ ପ୍ରକାସନ କଟକ) ୭ – ଗିତିକବିତା ବିଭାଗରେ- ଓଡିଶି ଛନ୍ଧରେ ଶ୍ରୀଗୀତ ଗୋବିନ୍ଦ – ଗୋଲଖ ବିହାରୀ ନାୟକ (ଶତରୁପା ସାହିତ୍ୟ ଓ ସଂଗୀତ ପ୍ରକାସକ, ଭୂବନେଶ୍ବର) ୮- ପ୍ରବନ୍ଧ ବିଭାଗରେ- ଗୋପୀ କନ୍ଧ ମାୟାଲୋକ ଓ କାୟା ପ୍ରବେଶୀ- ଲେଖିକା ସୁନାତା ଶତପଥୀ (ଓଡିଶା ମଲ୍ଟି ମିଡ଼ିଆ, କଟକ) ୯- ବିଜ୍ଞାନ ବିଭାଗରେ-ବିଜ୍ଞାନ ଏ ଯୁଗ ଓ ସେ ଯୁଗ- ଡଃ ରାମଚନ୍ଦ୍ର ଦେଓ (ସ୍ବାବଲମ୍ବନ ପ୍ରକାସନ, ବାଲେଶ୍ବର) ୧୦ – ଶିଶୁ ସାହିତ୍ୟ ବିଭାଗରେ- ସେନେହର କଣିକା ପ୍ରଭାସିନୀ ବରାଡ ପକ୍ଷୀଘର ପ୍ରକାସନ, ଭୂବନେଶ୍ବର) ୧୧ – ଉପନ୍ଯାସ ବିଭାଗରେ- ନାୟାକାର ନାମ ଚନ୍ଦ୍ରା – ତାପସ କୁମାର ସାହା ( କାବ୍ଯଲୋକ, ଭୂବନେଶ୍ବର) ୧୨ -କ୍ଷୁଦ୍ରଗଳ୍ପ ବିଭାଗରେ- ଧୂସର ଦିଗନ୍ତ- କମଳା ପ୍ରସାଦ ମହାପାତ୍ର ( ପଶ୍ଚିମା ପ୍ରକାସନ, ଭୂବନେଶ୍ବର) !

Leave a Reply

Your email address will not be published. Required fields are marked *