ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୨ ଗୁରୁତର | ବର୍ତମାନ ର ବଡଖବର , ନେମାଳ ଥାନା ଅଧିନସ୍ଥ ମସ୍ତରା ମଠ ନିକଟରେ ସଡକ ଦୁର୍ଘଟଣା ଘଟି ୨ ଜଣ ଗୁରୁତର ହୋଇଛନ୍ତି | ସୂଚନା ମୁତାବକ ଏକ ଗ୍ଲାମର ବାଇକ ସାହାଯ୍ୟରେ ବାଲିଆପଦା ରୁ ୨ ଜଣ ତରତ ଯାଉଥିବା ବେଳେ ମସ୍ତରା ମଠ ନିକଟରେ ଜଣେ ବୃଦ୍ଧ ଙ୍କୁ ଧକା ଦେଇଥିଲେ | ଘଟଣା ସ୍ଥଳରେ ବାଇକ ଆରୋହୀଙ୍କ ସହ 50 ବର୍ଷୀୟ ବୃଦ୍ଧ ଗୁରୁତର ହୋଇ 108 ସାହାଯ୍ୟ ରେ ପ୍ରଥମେ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଅବସ୍ଥା ଗୁରୁତର ହେବାରୁ ବୃଦ୍ଧ ଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି | ଅନ୍ୟ ପକ୍ଷେ ନେମାଳ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉକ୍ତ ବାଇକ କୁ ଜବତ କରିବା ସହ ବାଇକ ରେ ଥିବା ଅନ୍ୟ ଜଣେ ପିଲାଟିକୁ ଅଟକ ରଖିଥିବାର ନେମାଳ ଥାନାରୁ ସୂଚନା ମିଳିଛି |
ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଦୁଇ ଗୁରୁତର !!!

