ଅସୁରକ୍ଷିତ ଅଟ୍ରି ଉଷ୍ମ ପ୍ରସବଣ !!!

Spread the love

ବେଗୁନିଆ ( ଆୱାଜ ମିଡ଼ିଆ ) – ସମିର ସୁନ୍ଦରାୟ : ବେଗୁନିଆ ବ୍ଲକ ଅନ୍ତର୍ଗତ ଅଟ୍ରି ଉଷ୍ମ ପ୍ରସବଣ ସ୍ୱାସ୍ଥ୍ୟ ଭିତ୍ତିକ ପର୍ଯ୍ୟଟନସ୍ଥଳୀ ଭାବେ ପରିଚିତ, କିନ୍ତୁ ବର୍ତମାନ ଏହା ଅସୁରକ୍ଷିତ ହୋଇଯାଇଛି l ପ୍ରତିବର୍ଷ ବନ୍ୟା ହେଲେ ଏହା ବୁଡିଯାଇ ଧୀରେ ଧୀରେ ଧ୍ବଂସ ହେବାକୁ ବସିଲାଣି, ଯାହା ଉପରେ ସରକାର ଦୃଷ୍ଟି ଦେଉ ନାହାନ୍ତି l ଏନେଇ ରବିବାର ଦିନ ଖୋର୍ଦ୍ଧା ବିକାଶ ମଞ୍ଚ ତରଫରୁ ଏହାକୁ ଦୃଢ଼ ନିନ୍ଦା କରାଯିବା ସହ ଅଟ୍ରି ଉଷ୍ମପ୍ରସବଣ ଠାରେ ଏକ ଜନ ଆନ୍ଦୋଳନ ସୃଷ୍ଟି କରାଯାଇଥିଲା l ଉକ୍ତ ଆନ୍ଦୋଳନରେ ମଞ୍ଚର ସଭାପତି ନରେନ୍ଦ୍ର କୁମାର ପୃଷ୍ଟି, ଉପଦେଷ୍ଟା ଡ଼ଃ ଦିଲ୍ଲିପ ଶ୍ରୀଚନ୍ଦନ, ବାବା ହଟ୍ଟକେଶ୍ୱରଙ୍କର ସେବାୟତ ନିଯୋଗ ସହିତ ସ୍ଥାନୀୟ ଅଞ୍ଚଳବାସୀ ମିଶି ଉଷ୍ମ ପ୍ରସବଣର ପୁନଃ ଉଦ୍ଧାରଣ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ସ୍ଥାନୀୟ ବିଧାୟକ ରାଜେନ୍ଦ୍ର କୁମାର ସାହୁଙ୍କୁ ଏକ ଦାବିପତ୍ର ପ୍ରଦାନ କରିବା ସହିତ ବାବା ହଟ୍ଟକେଶ୍ୱରଙ୍କର ଆଜ୍ଞା ମାଳ ପ୍ରଦାନ କରିଥିଲେ l ଏଥିସହ ପାଖାପାଖି ତେଇଶି କୋଟି ଟଙ୍କା ବ୍ୟୟର ଆଗାମୀ ଦିନରେ ସ୍ବପ୍ନ ଅଟ୍ରି ଉଷ୍ମପ୍ରସବଣର ଏକ ପରିକଳ୍ପିତ ନକ୍ସା ପ୍ରଦାନ କରିଥିଲେ l ପରିଶେଷରେ ବିଧାୟକ ଶ୍ରୀ ସାହୁ, ଏହା ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ କହିବା ସହିତ ଆଗାମୀ ଦିନରେ ଏହାର ବିକାଶ ନିମନ୍ତେ ମାନ୍ୟବର ମୁଖମନ୍ତ୍ରୀଙ୍କ ନିକଟରେ ଆଲୋଚନା କରିବା ସହିତ ଦାବିପତ୍ର ଦେବେ ବୋଲି ପ୍ରତିଶୃତି ଦେଇଥିଲେ l

Leave a Reply

Your email address will not be published. Required fields are marked *