ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଆଲୋକର ପର୍ବ ଦୀପାବଳି ରେ ଗାଁ ଠୁ ସହର ହୋଇ ଉଠିଛି ଉତ୍ସବ ମୁଖର ! ରାଜ୍ୟର ବିଭିନ୍ନ ଅଞ୍ଚଳ ରେ ବେଶ ଧୂମଧାମ ରେ ପାଳିତ ହେଉଛି ଦୀପାବଳୀ ! ଖୋର୍ଦ୍ଧା ଜିଲ୍ଲାର ସମଗ୍ର ବାଣପୁର ବାଲୁଗାଁ ଅଞ୍ଚଳ ଉତ୍ସବ ମୁଖର ହୋଇପଡ଼ିଛି । କେଉଁଠି କେଉଁଠି ମା କାଳୀଙ୍କ ପୂଜାର୍ଚନା ମଧ୍ୟ ଚାଲିଛି ଆଉ କିଛି ପିତୃ ପୁରଷ ଙ୍କୁ ଶ୍ରାଦ୍ଧ ଦେଉଛନ୍ତି ! ଆସନ୍ତା କାଲି ହେଉଛି ଅମାବାସ୍ୟା ରେ ସୂର୍ଯ୍ୟ ପରାଗ, ପୂଜାବିଧି ଓ ପାକ ପାଇଁ ସବୁ ନିଷେଧ ରହିଛି l ତେଣୁ ଆଜି ଦୀପାବଳୀ ପାଇଁ ଚଳଚଞ୍ଚଳ ଗାଁ ଠୁ ସହର , ବାଣ ର ପସରା ସହିତ କାଉଁରିଆ କାଠି ନେବା ପାଇଁ ଭିଡ଼ ଦେଖିବାକୁ ମିଳିଥିଲା ବଜାର ହାଟରେ , ସନ୍ଧ୍ୟା ସମୟରେ ପ୍ରତ୍ୟେକ ଘରେ ବାହାରେ ଆଲୋକ ତୋରଣ ସହିତ ଦ୍ୱୀପରେ ସଜାଇ ହୋଇଥିଲା । ଆଲୋକ ର ପର୍ବ ଦୀପାବଳୀ ପ୍ରତି ବର୍ଷ ପରି ଚଳିତ ବର୍ଷ ବାଣପୁର ବାଲୁଗାଁ ଅଞ୍ଚଳରେ ବଡ଼ ଧୂମଧାମ ରେ ପାଳନ କରୁଥିବା ନଜରକୁ ଆସିଛି l
ଆଲୋକର ପର୍ବ ଦୀପାବଳିରେ ଉତ୍ସବ ମୁଖର ସମଗ୍ର ବାଣପୁର ବାଲୁଗାଁ ଅଞ୍ଚଳ !!!

