ବିଦ୍ୟୁତ ବିଭାଗ ଟାଙ୍ଗୀ ତରଫରୁ ପାଳିତ ହେଲା ମା ଶ୍ୟାମାକାଳୀ ପୂଜା !!!

Spread the love

ଟାଙ୍ଗୀ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲାର ସେକ୍ସନାଲ ଅଫିସ ଓ ବିଦ୍ୟୁତ କର୍ମଚାରୀ ବୃନ୍ଦ TPCODL ଟାଙ୍ଗୀ ତରଫରୁ ମହାଆଡମ୍ବର ରେ ଆରମ୍ଭ ହୋଇଛି ମା ଶ୍ୟାମାକାଳୀ ଙ୍କ ଚଉବନ ତମ ବାର୍ଷିକ ଉତ୍ସବ l ବିଦ୍ୟୁତ କର୍ମଚାରୀ , ବିଦ୍ୟୁତ ଗ୍ରାହକ ଓ ଶୁଭେଛୁ ମାନଙ୍କ ଅପାର ସାହାର୍ଯ୍ୟ କ୍ରମେ ଚଳିତ ବର୍ଷ କାର୍ତ୍ତିକ ମାସ କୃଷ୍ଣ ଚତୁର୍ଦଶୀ ଅର୍ଦ୍ଧ ରାତ୍ରି ଠାରୁ ଆରମ୍ଭ ହୋଇ ଆସନ୍ତା ଶନିବାର ପର୍ଯ୍ୟନ୍ତ ମା ‘ଙ୍କ ପୂଜା ଓ ସର୍ବସାଧାରଣ ଦର୍ଶନ ଚାଲୁରହିବ , ଏବଂ ପରଦିନ ବିସର୍ଜନ ହେବା ପାଇଁ କାର୍ଯ୍ୟକ୍ରମ ରହିଛି l ଏହି ପୂଜାରେ ଆଲୋକ ସାଜ ସଜା ଅତି ସୁନ୍ଦର ହୋଇଥିବା ବେଳେ ପାର୍ଶ୍ଵ ରେ ଥିବା ଦେବା ଦେବୀଙ୍କ ମୂର୍ତ୍ତି ଶ୍ରଦ୍ଧାଳୁଙ୍କୁ ଆକୃଷ୍ଟ କରୁଛି, ଏହା ସହ ବିଭିନ୍ନ ରଙ୍ଗlରଙ୍ଗ କାର୍ଯ୍ୟକ୍ରମ ରହିଥିବାରୁ ଅଞ୍ଚଳର ଶ୍ରଦ୍ଧାଳୁ ମାନଙ୍କ ଭିଡ଼ ଜମିବାରେ ରାଗିଛି l ପ୍ରତିବର୍ଷ ପରି ଏହିବର୍ଷ ବଡ଼ ଆଡମ୍ବର ରେ ପୂଜା ହେଉଥିବାରୁ ବିଦ୍ୟୁତ ଭିଭାଗ ଟାଙ୍ଗୀ ତରଫରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି l

Leave a Reply

Your email address will not be published. Required fields are marked *