ବାଣପୁର ସାନ ହନ୍ତୁଆଡ଼ ଗ୍ରାମରେ ଗିରି ଗୋବର୍ଦ୍ଧନ ପୂଜା !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ଗାଲୁଆ ଗ୍ରାମପଞ୍ଚାୟତ ସାନ ହନ୍ତୁଆଡ଼ ଗ୍ରାମରେ ପାଳିତ ହୋଇଯାଇଛି ଅତି ପୁରାତନ କାଳର ଗିରି ଗୋବର୍ଦ୍ଧନ ପୂଜା l ଶହେ ବର୍ଷରୁ ଉର୍ଦ୍ଧ ହେବ ଶ୍ରୀ ଶ୍ରୀ କପିଳେଶ୍ଵର ଦେବ ମନ୍ଦିର ପ୍ରାଙ୍ଗଣରେ ପାଳିତ ହେଉଛି ଏହି ଉତ୍ସବ l ଦୁଇଦିନ ଧରି ଚାଲିଥିବା ଗିରି ଗୋବର୍ଦ୍ଧନ ପୂଜା ର ଆଜି ହେଉଛି ଶେଷଦିନ। ଶେଷଦିନ ଅବସରରେ ପୂଜା ମହୋତ୍ସବରେ ବାଣପୁର ଅଞ୍ଚଳର ପେଣ୍ଡୁରା ପଲ୍ଲୀ, ଭଗବତୀପୁର ନୂଆଗାଁ, ଦେଓଗାଁ, କୋଳଥଡି, ମାଟିଆ ପୋଖରୀ ଓ ସାନ ହନ୍ତୁଆଡ଼ ପରି ଗ୍ରାମର ରେ ୭ କୀର୍ତ୍ତନ ମଣ୍ଡଳୀ ଯୋଗ ଦେଇଥିଲେ l ମଦନ ମୋହନ ଦେବ , ବାଳ ଗୋପାଳ ଦେବ ଓ କୁଞ୍ଜ ବିହାରୀ ଦେବଙ୍କୁ ଗ୍ରାମବାସୀ ମାନେ ପରିଭ୍ରମଣ ସହିତ ନଗରକୀର୍ତ୍ତନରେ ଉଛୁଳିପଡୁ ଥିଲା ଗାଁ ଦାଣ୍ଡ , ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କ ହୁଳହୁଳି ସାଙ୍ଗକୁ ହରିବୋଲ ରେ କମ୍ପୁଥିଲା ଅଞ୍ଚଳ l ଗତଦୁଇ ବର୍ଷର କୋଭିଡ କଟକଣା ପରେ ଚଳିତ ବର୍ଷ କୋଭିଡ କଟକଣା ନଥିବାରୁ ଆଖପାଖ ରୁ ଓ ଦୂରଦୂରାନ୍ତ ରୁ ବହୁ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା l ହଜାର ହଜାର ଶ୍ରଦ୍ଧାଳୁ ଓ ଭକ୍ତ ମାନଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା l

Leave a Reply

Your email address will not be published. Required fields are marked *