ନୟାଗଡ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ର ୬ ନଂ ଜୋନ ଡ଼ାଇରେକ୍ଟର ଭାବେ ନିର୍ବାଚିତ ହେଲେ ଉପେନ୍ଦ୍ର ସାହୁ !!!

Spread the love

ନୂଆଗାଁ ( ଆୱାଜ ମିଡ଼ିଆ ) – ସଞ୍ଜୀବ କୁମାର ଡାକୁଆ : ନୟାଗଡ ଜିଲ୍ଲା ରେ କେନ୍ଦ୍ର ସମବାୟ ବ୍ୟାଙ୍କ ର ନିର୍ବାଚନ ହୋଇଥିବା ବେଳେ ୬ ନଂ ଜୋନ ରୁ ପ୍ରାର୍ଥୀ ଭାବରେ ଉପେନ୍ଦ୍ର କୁମାର ସାହୁ ଏବଂ ସତ୍ୟ ନାରାୟଣ ସାହୁ ନିର୍ବାଚନ ଲଢ଼ୁଥିଲେ । ଏହି ନିର୍ବାଚନ ପାଇଁ ନୟାଗଡ ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ମତଦାନ ଅନୁଷ୍ଠିତ ହୋଇଥିଲା ଏବଂ ସେହି କେନ୍ଦ୍ର ରେ ସମବାୟ ସମିତିର ସଦସ୍ୟ ମାନେ ନିଜ ନିଜ ମତଦାନ କରିଥିଲେ । ୬ ନଂ ଜୋନ ରେ ସମୁଦାୟ ୧୬୨ ଜଣ ଭୋଟର ଥିବାବେଳେ ୧୫୮ ଜଣ ମତଦାତା ମତଦାନ କରିଥିଲେ ସେଥି ମଧ୍ୟ ରୁ ଗୋଟିଏ ଭୋଟ ନାକଚ ହୋଇଥିବା ବେଳେ ୪୩ ଖଣ୍ଡ ଭୋଟ ନାରାୟଣ ସାହୁ ପାଇ ସନ୍ତୁଷ୍ଟ ହୋଇଥିଲେ ଏବଂ ୧୧୪ ଖଣ୍ଡ ଭୋଟ ପାଇ ଦଶପଲ୍ଲା ଅଞ୍ଚଳ ର ଦକ୍ଷ ସଂଗଠକ ତଥା ଦଶପଲ୍ଲା ପଞ୍ଚାୟତ ସମିତି ର ପୂର୍ବତନ ଅଧକ୍ଷ ଉପେନ୍ଦ୍ର କୁମାର ସାହୁ ବିଜୟୀ ହୋଇଛନ୍ତି । ଶ୍ରୀ ସାହୁ ବିଜୟ ର ଶ୍ରେୟ ପ୍ରଥମେ ଦଶପଲ୍ଲା ମାଟି ର ଆରାଧ୍ୟ ଠାକୁର ପ୍ରଭୁ ମହାବୀର ଏବଂ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଏବଂ ନୟାଗଡ ଜିଲ୍ଲା ର ୪ ଜଣ ବିଧାୟକ, କର୍ମୀ, ଶୁଭେଛୁ ମାନଙ୍କୁ ଦେଇଛନ୍ତି । ଏଥିସହ ଶ୍ରୀ ସାହୁ ଙ୍କ ବିଜୟ ଖବର ଶୁଣି ଦଶପଲ୍ଲା ଏବଂ ନୟାଗଡ ଅଞ୍ଚଳ ରୁ ଅନେକ ଶୁଭେଛୁ ମାନେ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ।

Leave a Reply

Your email address will not be published. Required fields are marked *