ଟାଙ୍ଗୀ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଭୁଷଣ୍ଡପୁର ଫରେଷ୍ଟ ବିଟ୍ ହାଉସ ରେ ଯୁବକଙ୍କୁ ଥାର୍ଡ ଡିଗ୍ରୀ ! ବନପାଳ ପାୱାର ଦେଖେଇ ଦେଲେ , ହେଲେ ସୋସିଆଲ ମିଡିଆରେ ଭାଇରାଲ୍ ପରେ ବନପାଳ ଫ୍ୟୁଜ୍ ! ନିଲମ୍ବିତ ହେଲେ ଭୁଷଣ୍ଡପୁର ଫରେଷ୍ଟର ରାକେଶ ପଣ୍ଡା ! ଜଣେ ଯବକଙ୍କୁ ମାଡ ମାରି ଲହୁ ଲୁହାଣ କରିବା ଘଟଣାରେ ଟାଙ୍ଗି ବନ ବିଭାଗ ର ଭୁଷଣ୍ଡପୁର ଫରେଷ୍ଟ ବିଟ୍-ହାଉସ ଫରେଷ୍ଟର ରାକେଶ ପଣ୍ଡା ସସପେଣ୍ଡ୍ । ଯୁବକ ଜଣକ ହେଉଛନ୍ତି ଜଂକିଆ ଥାନା ଅଧିନସ୍ଥ ସିକୋ ଫାଣ୍ଡି ଗଉଡିଆପଡା ଗ୍ରାମ ଖଣ୍ଡିଆବାମ୍ଫି ସାହିର ମନୋରଂଜନ ଦାସ । ୩ ଦିନ ହେଲାଣି ମେଡିକାଲରେ ତାଙ୍କର ଚିକିତ୍ସା ଚାଲିଛି । ଚିକିତ୍ସା ବେଳେ ଆହତ ମନୋରଞ୍ଜନ ନିଜର ଦୁଃଖ ଏବଂ ଘଟଣା ସମ୍ପର୍କରେ ବର୍ଣ୍ଣନା କରିଥିଲେ। ଭୁଷଣ୍ଡପୁର ଫରେଷ୍ଟର ରାକେଶ ପଣ୍ଡା ତାଙ୍କର ସହକର୍ମୀଙ୍କ ସହିତ ଟାଙ୍ଗୀ ବନ ବିଭାଗ ରେଞ୍ଜ ଅଧିନସ୍ଥ ରାଇମୂଳ ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ଚଢ଼ାଉ କରିବା ବେଳେ ପଥର ମାଫିଆଙ୍କ ଆକ୍ରୋଶ ର ସମୁଖୀନ ହୋଇଥିଲେ । ଏଥିରେ ପ୍ରତିଶୋଧ ପରାୟଣ ହୋଇ ଯାଇଥିଲେ ଭୁଷଣ୍ଡପୁର ଫରେଷ୍ଟର ରାକେଶ ପଣ୍ଡା । ଘଟଣାର ପର ଦିନ ଅର୍ଥାତ ଆଜକୁ ୪ ଦିନ ପୂର୍ବେ ଭୁଷଣ୍ଡପୁର ଫରେଷ୍ଟର ପୁଣି ସେହି ଏରିଆରେ ଅତର୍କିତ ଚଢ଼ାଉ କରି ଏହି ମନୋରଞ୍ଜନ ଦାସ କୁ ସେଠାରୁ ଉଠାଇ ଆଣି ନିଜ ଅଫିସ କ୍ୟାମ୍ପସ ମଧ୍ୟରେ ଖାକି ବର୍ଦିର ପାୱାର ଦେଖାଇଥିଲେ ।
ଭୁଷଣ୍ଡପୁର ଫରେଷ୍ଟ ବିଟ୍ ହାଉସ ରେ ଯୁବକଙ୍କୁ ଥାର୍ଡ ଡିଗ୍ରୀ !!!

