ଅନୁଗୋଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ କୁଲାଡ଼ ପଞ୍ଚାୟତରେ ଜଙ୍ଗଲୀ ହାତୀ ଆକ୍ରମଣରେ ଜଣେ ମୃତ । ମିଳିଥିବା ସୂଚନା ଅନୁଯାୟୀ ହାତୀ ଆକ୍ରମଣରେ ପ୍ରାଣ ହରାଇ ଥିବା ବ୍ୟକ୍ତି ଶରତ ଘଡେ଼ଇ (୫୨) ତାଳଚେର ଜନ୍ଦା ବାହାଳ ଗ୍ରାମର ! ସେ ଅନୁଗୋଳ ବନଖଣ୍ଡ ଅଧୀନରେ ଫରେଷ୍ଟ ଗାର୍ଡ ଭାବରେ କାର୍ଯ୍ୟ କରୁଥିଲେ । ଏହି ଫରେଷ୍ଟ ଗାର୍ଡ ଜଣଙ୍କ ହାତୀ କୁ ଘଉଡାଇବା ବେଳେ ଜଙ୍ଗଲି ହାତୀ ତାଙ୍କୁ ଆକ୍ରମଣ କରିଥିଲା ଯାହା ଫଳରେ ଶରତ ତଳେ ଖସି ପଡ଼ିଥିଲେ । ହାତୀ ଶରତ ଙ୍କର ମୁଣ୍ଡକୁ ଗୋଡ଼ରେ ଦଳି ଦେଇଥିଲା , ଯାହା ଫଳରେ ଘଟଣା ସ୍ଥଳରେ ହିଁ ଶରତଙ୍କର ମୃତ୍ୟୁ ହୋଇଥିଲା । ହାତୀ ପଲ୍ଲ ଆଜି କଲଣ୍ଡା ପାଳ ଗ୍ରାମରୁ ତୁଳସୀପାଳ ଗାଢରଖାଇ ଗ୍ରାମ ଦେଇ କୁଲାଡ଼ ଗ୍ରାମକୁ ମଧ୍ୟକୁ ଧସେଇ ପଶୁଥିଲେ । କୁଲାଡ଼ ଗ୍ରାମର ବ୍ରାହ୍ମଣୀ ଦେବୀ ମନ୍ଦିର ସମୁଖରେ ହାତୀ ପଲ୍ଲ କୁ ଗ୍ରାମ ମଧ୍ୟକୁ ପ୍ରବେଶ ନକରିବା ପାଇଁ ବାରଣ କରୁଥିବା ବେଳେ ଶରତ ହାତୀ ଆକ୍ରମଣର ଶିକାର ହୋଇଛନ୍ତି । ଏନେଇ କୁଲାଡ଼ ତଥା ଆଖ ପାଖ ଅଞ୍ଚଳରେ ହାତୀ ଭୟର ବାତାବରଣ ସୃଷ୍ଟି ହୋଇଛି ! ହାତୀ ଆକ୍ରମଣରେ ମୃତ୍ୟୁ ପାଇଁ ଅଞ୍ଚଳରେ ଚାପା ଉତ୍ତେଜନା ପ୍ରକାଶ ପାଇଛି ।
କୁଲାଡ଼ ଗ୍ରାମରେ ହାତୀ ଆକ୍ରମଣ ରେ ବନରକ୍ଷୀ ମୃତ !!!

