ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଆତ୍ମ ନିର୍ଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ରର ସମ୍ମିଳନୀ ଠାରେ ପବିତ୍ର ଜନ୍ମାଷ୍ଟମୀ ଅବସରରେ ଜିଲ୍ଲା ସ୍ତରୀୟ ସି ଏମ୍ କିଷାନ ରବି 2026- 27 ସହାୟତା ରାଶି ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।ଏହି କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ବିଧାୟକ ଇଂ ରୂପେଶ ପାଣିଗ୍ରାହୀ, ମୋହନା ବିଧାୟକ ଦାଶରଥି ଗୋମାଙ୍ଗ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ମୁନିନ୍ଦ୍ର ହାନାନାଗା ,ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜୀ ତିରୁପତି ରାଓ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଏମ୍ ପ୍ରକାଶ ରାଓ, ଜଳ ଛାୟା ପ୍ରକଳ୍ପ ନିର୍ଦ୍ଦେଶକ ଶିବ ଚରଣ ସେଠୀ,ଜିଲ୍ଲା ମତ୍ସ୍ୟ ଅଧିକାରୀ ନିରୋଦ କୁମାର ନାୟକ, କେ ବି କେ ର ବୈଜ୍ଞାନିକ, ଡକ୍ଟର ସଂଗ୍ରାମ ପରମ ଗୁରୁ,ଉଦ୍ୟାନ ଉପ ନିର୍ଦ୍ଦେଶକ ଦୁଷ୍ମନ୍ତ ବେହେରା ପ୍ରମୁଖ ମଞ୍ଚ।ସିନ ଥିଲେ। ଜିଲ୍ଲା କୃଷି ଅଧିକାରୀ ରବୀନ୍ଦ୍ର କୁମାର ଆଡେକ,ସୁରଜ ପାତ୍ର ସି ଏମ୍ କିଷାନ ସହାୟତା ରାଶି ପ୍ରଦାନ କୃଷି ଶିକ୍ଷା ସଦନ ଓ ୟୁ ଏ ଟି ରୁ ସିଧା ପ୍ରସାରଣ କରାଯାଇଥିଲା।47 ହଜାରରୁ ଉର୍ଦ୍ଧ୍ବ କ୍ଷୁଦ୍ର ଓ ନାମ ମାତ୍ର ଏବଂ ଭୂମି ହୀନ ଚାଷୀଙ୍କୁ 9, 53, 51, 500 ଟଙ୍କା ସହାୟତା ରାଶି ଡି ବି ଟି ମାଧ୍ୟମରେ ପ୍ରଦାନ କରାଯାଇଛି ଏହି ସହାୟତା ରାଶି ପାଇବା ପରେ ଚାଷୀ ଏହି ସହାୟତା ଅର୍ଥ ରାଶି ନିଜର ଚାଷ କାମରେ ଲଗାଇବେ।ଶୁଭଶ୍ରୀ ପ୍ରିୟଦର୍ଶିନୀ ମଞ୍ଚ ପରିଚାଳନା ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଜିଲ୍ଲା କୃଷି ଅଧିକାରୀ ରବୀନ୍ଦ୍ର କୁମାର ଆଡେକ, ସୁରଜ ପାତ୍ରଙ୍କ ସମେତ କୃଷି ବିଭାଗର କର୍ମଚାରୀ ମାନେ ରହି ପରିଚାଳନାରେ ସହଯୋଗ କରିଥିଲେ।
ପବିତ୍ର ଜନ୍ମାଷ୍ଟମୀ ଅବସରରେ ଜିଲ୍ଲା ସ୍ତରୀୟ ସି ଏମ୍ କିଷାନ ରବି 2026-27 ର ସହାୟତା ରାଶି ପ୍ରଦାନ !!!

