ମୁଣ୍ଡଳୀ – ଆଠଗଡ ରାସ୍ତା ଅବସ୍ଥା ପାଇଁ ଦାୟୀ କିଏ ???

Spread the love

କଟକ ( ଆୱାଜ ମିଡ଼ିଆ ) – ଦିଲ୍ଲୀପ ପତି : ମୁଣ୍ଡଳୀ ଆଠଗଡ ରାସ୍ତା ପାଲଟିଛି ମରଣଯନ୍ତା ! ଗୋଟିଏ ଦିନରେ ଘଟିଲା ତିନି ଦୁର୍ଘଟଣା ! ରାଜଧାନୀ ଭୁବନେଶ୍ୱର ଏବଂ କଟକ ରୁ ମୁଣ୍ଡଳୀ ଦେଇ ଆଠଗଡ କୁ ସଂଯୋଗ କରୁଥିବା ରାସ୍ତା ଅବସ୍ଥା ହୋଇପଡିଛି ଦୟନୀୟ ! ବାରମ୍ବାର ଅଭିଯୋଗ ସତ୍ତ୍ୱେ ବି ନିଦ ଭାଙ୍ଗୁନି ବିଭାଗର , ପ୍ରତିଦିନ ଘଟୁଛି ଦୁର୍ଘଟଣା ! ମୁଣ୍ଡଳୀ ବ୍ରିଜ ସଂଲଗ୍ନ ରାସ୍ତାରେ କେବଳ ଖାଲ , ତାହା ପୁଣି ଛୋଟ ନୂହେଁ – ପୁରା ଫୁଟେ ଦୁଇ ଫୁଟ ର ଗଭୀର ଖାଲ ! ରାସ୍ତାର ଅବସ୍ଥା ରପରି ଯେ , ଟ୍ରକ ବସ ଭାରୀଯାନ ଗଲାବେଳେ ମଧ୍ୟ ଭାରସାମ୍ୟ ହରାଇ ଦେଉଛନ୍ତି , ସେପରି ସ୍ଥିତିରେ ବାଇକ ଆରୋହୀଙ୍କ ଅବସ୍ଥା କଣ ହେଉଥିବ ତାହା ସହଜେ ଅନୁମେୟ ! ରାଜଧାନୀ ଏବଂ କଟକ ସହିତ ଅନୁଗୁଳ ଢେଙ୍କାନାଳ ସମ୍ବଲପୁର ଏବଂ ଅନ୍ୟ ତିନୋଟି ଜିଲ୍ଲାକୁ ଯୋଡ଼ୁଥିବା ଏହି ରାସ୍ତା ମରାମତି ଦିଗରେ କାହିଁକି ବିଭାଗ ତତ୍ପରତା ଦେଖାଉନାହିଁ ତାହା ବୁଝା ପଡୁନି !

 

Leave a Reply

Your email address will not be published. Required fields are marked *