ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗୁଣ୍ଡିଚାବାଡ଼ି ଠାରେ ଠାକୁର ପର୍ଶୁରାମ ଓ ବାମନ ଅବତାରରେ ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି । ଆଖପାଖ ଗ୍ରାମ, ପୁରପଲ୍ଲୀରୁ ବହୁତ ଭକ୍ତଙ୍କ ସମାଗମ ହେଉଛି । ଏହି ଦଶ ଦିନ ଠାକୁରଙ୍କ ଦଶ ଅବତାର ଦର୍ଶନ କଲେ ବହୁ ପୁଣ୍ୟ ମିଳେ ବୋଲି ଭକ୍ତଙ୍କ ବିଶ୍ୱାସ ରହିଛି । ତେଣୁ ଠାକୁରଙ୍କ ଦଶ ଅବତାର ଦର୍ଶନ କରିବା ସକାଶେ ଉଭୟ ଓଡିଶାର ବିଭିନ୍ନ ଅଞ୍ଚଳ ଓ ପଡୋଶୀ ଆନ୍ଧ୍ରପ୍ରଦେଶରୁ ମଧ୍ୟ ଭକ୍ତଙ୍କ ସମାଗମ ହୋଇଛି । ଭକ୍ତ ମାନେ ନଡିଆ , କଦଳୀ , ପଦ୍ମ ଫୁଲ , ଫଳ , ତୁଳସୀ ମାଳ ଧରି ଠାକୁରଙ୍କ ପୂଜାର୍ଚ୍ଚନା କରି ଦର୍ଶନ କରିବାକୁ ଆସୁଛନ୍ତି ଓ ମହାପ୍ରଭୁଙ୍କ ଆଶୀର୍ବାଦ ନେଉଛନ୍ତି । ସନ୍ଧ୍ୟା ସମୟରେ ସନ୍ଧ୍ୟା ଆଳତୀ ଦେଖିବା ପାଇଁ ଭକ୍ତଙ୍କ ସୁଅ ଛୁଟୁଛି । ରଥଯାତ୍ରା କମିଟି ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ସୁପରିଚାଳନା କରିବା ପାଇଁ ପଦକ୍ଷେପ ନିଆଯାଇଛି । ପୋଲିସ ପ୍ରଶାସନ ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ପୋଲିସ ମୁତୟନ କରାଯାଇଛି । ଗୁଣ୍ଡିଚାବାଡି ପରିସରରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି ।
ପର୍ଶୁରାମ ଓ ବାମନ ଅବତାରରେ ଠାକୁରଙ୍କୁ ଦର୍ଶନ କଲେ ଭକ୍ତ !!!

