ହେରା ପାଞ୍ଚମୀ ରେ ନନ୍ଦିଘୋଷ ରଥ ଭାଙ୍ଗିଲେ ମା ଲକ୍ଷ୍ମୀ !!!

Spread the love

କୋରାପୁଟ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଶ୍ରୀଗୁଣ୍ଡିଚା ଯାତ୍ରାର ପଞ୍ଚମ ଦିନରେ ହେରା ପାଞ୍ଚମୀ ରେ ମା ଲକ୍ଷ୍ମୀ ନନ୍ଦିଘୋଷ ରଥ ଚକ ଭାଙ୍ଗିଛନ୍ତି ! ତାହା ବି ଅଭିମାନ ରେ , ପ୍ରଭୁ ଜଗନ୍ନାଥ , ମାତା ଲକ୍ଷ୍ମୀ ଙ୍କୁ ସାଥିରେ ନ ଆଣିବା ଯୋଗୁଁ ଅଭିମାନ କରି ସିଧା ସଳଖ ପାଲିଙ୍କି ରେ ବସି ରାତ୍ର ସମୟରେ ଶlବର ଶ୍ରୀକ୍ଷେତ୍ର ରୁ ବାହାରି ଜଗନ୍ନାଥ ଙ୍କ ଜନ୍ମ ବେଦୀ ତଥା ଗୁଣ୍ଡିଚା କୁ ଆସି ରଥ ଚକ ଭାଙ୍ଗି ଚାଲି ଯାଉଛନ୍ତି ! ଆଉ ଏହି ଦୃଶ୍ୟ କୁ ହଜାର ହଜାର ଶ୍ରଦ୍ଧାଳୁ ଉପସ୍ଥିତ ରହି ଦେଖିଥିଲେ ! ଏପରି ଏକ ଅପୂର୍ବ ଦୃଶ୍ୟ ଆଜି ଶlବର ଶ୍ରୀକ୍ଷେତ୍ର ମାଟି ରେ ଦେଖିବାକୁ ମିଳିଥିଲା l ସେହିପରି ନୃସିଂହ ବେଶ ସହ ସନ୍ଧ୍ୟା ଆଳତୀ ର ଦର୍ଶନ କରିଥିଲେ ଭକ୍ତ ! ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଶ୍ରୀହାନ ବେହେରା ଙ୍କ ଭଜନ ଉପସ୍ଥିତ ଦର୍ଶକ ଙ୍କୁ ମନ୍ତ୍ର ମୁଗ୍ଧ କରିଥିଲା l

Leave a Reply

Your email address will not be published. Required fields are marked *