ଅସୁରେଶ୍ଵର ଗୋରକ୍ଷଣୀ ଗୋ ସେବା ର ଅନନ୍ୟ ଅନୁଷ୍ଠାନ !!!

Spread the love

ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : ଗୋ ସେବା ନିମନ୍ତେ ୧୯୪୩ ମସିହାରୁ ସ୍ଥାପିତ ହୋଇଛି ଏହି ଅନୁଷ୍ଠାନ ! ଏକ ଅଭାବନୀୟ ଘଟଣା ଦେଖି ପ୍ରଭାବିତ ହୋଇ ସଂସ୍ଥା ଆରମ୍ଭ ହୋଇଥିବାର ଶୁଣାଯାଏ ! ଜଣେ ବ୍ୟକ୍ତି ଏକ ବୃଦ୍ଧ ଗୋରୁକୁ ଘୋଷାଡି ଘୋଷାଡି କଂସେଇ ଖାନା ରେ ବିକ୍ରି କରିବାକୁ ନେଉଥିବା ଦେଖି ଦୁଇ ବନ୍ଧୁ ଙ୍କ ଆଖିରେ ଲୁହ ଆସି ଯାଇଥିଲା । ଉକ୍ତ ବୃଦ୍ଧ ଗୋରୁ କୁ ଟଙ୍କା ଦେଇ କିଣି ଆଣି ତାର ସେବା ଶୁଶୃଷା କରିଥିଲେ ଦୁଇ ବନ୍ଧୁ । ଆଉ ସେବେଠାରୁ ଆରମ୍ଭ ହୋଇ ଯାଇଥିଲା ଗୋ ସେବା, ଯାହା ଏବେ ମହାଦୃମ ରେ ପରିଣତ ହୋଇଛି ! ଶହଶହ ଗୋରୁଗାଈ ଆଦି ରଖି ସେବା ଦେଉଥିବା ଅନୁଷ୍ଠାନ ହେଉଛି ଅସୁରେଶ୍ଵର ଗୋରକ୍ଷଣୀ । ଏହି ଅନୁଷ୍ଠାନ କୋୖଣସି ସରକାରୀ ଅନୁଦାନରେ ଚାଲେ , ନାହିଁ ପ୍ରତ୍ୟେକ ଘରୁ ମୁଠାଏ ମୁଠି ଚାଉଳ ଅଣାଯାଇ ଗୋରୁ ଗାଈ ମାନଙ୍କ ଭରଣ ପୋଷଣ କରାଯାଏ । ପବିତ୍ର ଗୋଷ୍ଠାଷ୍ଟମୀ ଅବସରରେ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଅସୁରେଶ୍ଵର ଗୋ ମଙ୍ଗଳ ସମିତି ପକ୍ଷରୁ ୮୦ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପାରମ୍ପରିକ ରିତିନିତୀ ଅନୁସାରେ ଗିତା ପାଠ, ଗୋ ପୂଜନ, ନାମ ସଂକୀର୍ତ୍ତନ କରାଯାଇଥିଲା । ଏହି ଅବସରରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାକୁ ଗୋ ମଙ୍ଗଳ ସମିତିର ସଭାପତି ତଥା ଯୋଗାଣ ବିଭାଗ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ସଭାପତିତ୍ବ କରିଥିଲେ । ମୁଖ୍ୟ ଅତିଥି ରୂପେ ପୂର୍ବତନ ସାଂସଦ ଡ଼ଃ ପ୍ରସନ୍ନ ପାଟ୍ଟଶାଣୀ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଦୀପ ପ୍ରଜ୍ବଳନ କରିବା ସହିତ ଅସୁରେଶ୍ଵର ଗୋରକ୍ଷଣୀ ଗୋ ସେବା କ୍ଷେତ୍ରରେ ଭାରତ ବର୍ଷରେ ଅନନ୍ୟ ଅନୁଷ୍ଠାନ, ଗୋ ମାତାଙ୍କ ସେବା କରିବା ଦ୍ବାରା ଲକ୍ଷ ଜନ୍ମର ପାପ କ୍ଷୟ ହୋଇଯାଏ ବୋଲି ମତ ପ୍ରକାଶ କରିଥିଲେ । ଏହି ଅବସରରେ ଅନୁଷ୍ଠାନ ର ମୁଖପତ୍ର ଧାତ୍ରୀ ଶୁଭ ଉନ୍ମୋଚନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ କଟକ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଅମ୍ବର କୁମାର କର , ସମାଜସେବୀ ପ୍ରଶାନ୍ତ କୁମାର କର, ନିଶ୍ଚିନ୍ତକୋଇଲି ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଅଶୋକ କୁମାର ଓଝା, ପ୍ରାକ୍ତନ ସମିତି ଅଧ୍ୟକ୍ଷ ଗିରିଶ ରଞ୍ଜନ ମହାପାତ୍ରଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଗୋ ମାତାଙ୍କ ଉପରେ ଆଲୋକପାତ କରିଥିଲେ ।

Leave a Reply

Your email address will not be published. Required fields are marked *