ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲାର ଚିଲିକା ବାର ଆସୋସିଏସନ ତରଫରୁ ମହିଳା ମାନଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଆଇନ ବ୍ୟବସ୍ଥା ଉପଲକ୍ଷେ ସଚେତନ କରିବା ଉଦ୍ଦେଶ୍ୟରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି ! ବଉଳବନ୍ଧ ଗ୍ରାମପଞ୍ଚାୟତ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଜେ.ଏମ.ସି କୋର୍ଟ ର ତାଲୁକ ଆଇନ ସେବା ପ୍ରାଧିକାର ବିକାଶ କୁମାର ଗୋଏଲ, ସ୍ଥାନୀୟ ସରପଞ୍ଚ ରଶ୍ମିତା ବେହେରା, ବାଣପୁର ବାର ଆସୋସିଏସନ ର ପ୍ରେସିଡେଣ୍ଟ ପ୍ରଭାତ ପଟ୍ଟଯୋଶୀ, ପ୍ରଦୋଷ କୁମାର ଦାସ, ପୂର୍ବତନ ସରପଞ୍ଚ ତଥା ଚିଲିକା ବାର ଆସୋସିଏସନ ର ସମ୍ପାଦକ ଦେବାଶିଷ ରଥ, ବରିଷ୍ଠ ଆଇନଜୀବୀ ଦିଲ୍ଲୀପ କୁମାର ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ l ନାରୀକୁ କିଭଳି ସମ୍ମାନ ମିଳିବ, ନାରୀ ସୁରକ୍ଷା ପାଇଁ ପ୍ରତ୍ୟେକ କାମରେ ଉନ୍ନତି ଦିଗରେ ସହଯୋଗ ନିତ୍ୟନ୍ତ ଆବଶ୍ୟକ ! କାର୍ଯ୍ୟକ୍ରମରେ ବିଭିନ୍ନ ମହିଳା ସଂଗଠନ, ଅଙ୍ଗନୱାର୍ଡ କର୍ମୀ, ନାରୀ ସଶକ୍ତି କରଣ ସଂଗଠନ ଓ ଚିଲିକା ବାର ଆସୋସିଏସନ ର ସମସ୍ତ ମେମ୍ବର ସହଯୋଗ ସହିତ ବହୁ ମହିଳା ଯୋଗ ଦେଇଥିଲେ l
ଚିଲିକା ବାର ଆସୋସିଏସନ ତରଫରୁ ମହିଳା ମାନଙ୍କ ପାଇଁ ଆଇନ ସୁରକ୍ଷା କାର୍ଯ୍ୟକ୍ରମ !!!

