ଆନନ୍ଦ ଉଲ୍ଲାସରେ ଆୟୋଜିତ ହେଉଛି ପ୍ରସିଦ୍ଧ ବୋଇତ ବନ୍ଦାଣ ଯାତ୍ରା !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ଼ ପୁରୁଣା ସହର ଦକ୍ଷିଣକାଳୀ ପଡ଼ିଆଠାରେ ଆନନ୍ଦ ଉଲ୍ଲାସରେ ଆୟୋଜିତ ହେଉଛି ପ୍ରସିଦ୍ଧ ବୋଇତ ବନ୍ଦାଣ ଯାତ୍ରା ! ନୟାଗଡ ବିଧାୟକ ଡ଼ଃ. ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉତ୍ସବକୁ ଉଦଘାଟନ କରିଛନ୍ତି । ଏହି ଅବସରରେ ଜିଲ୍ଲାପାଳ ରବିନ୍ଦ୍ରନାଥ ସାହୁ, ଆରକ୍ଷୀ ଅଧିକ୍ଷକ ଅଲେଖ ପହି, ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ, ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ସୁବାଷ ଚନ୍ଦ୍ର ରାୟ, ଉପଜିଲ୍ଲାପାଳ ଶକ୍ତିକାନ୍ତ ରାୟ, ପୌର ପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ ପ୍ରମୁଖ ସମ୍ମାନୀତ ଅତିଥିଭାବେ ଯୋଗ ଦେଇଥିଲେ । ବୋଇତ ବନ୍ଦାଣ କମିଟି ଆବାହକ କିଷାନ ଦାଶ, ରଜତ ପଟ୍ଟନାୟକ, ଶ୍ରୀକାନ୍ତ ଖଟେଇ, ଲୁଲୁ ମହାପାତ୍ରଙ୍କ ସମେତ ସମସ୍ତ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକୁ ସୁପରିଚାଳନା କରିଥିଲେ । ଏହି ଯାତ୍ରା ୫ଦିନ ବ୍ୟାପି ହେବାକୁ ଥିବାବେଳେ ପ୍ରତ୍ୟେକ ସନ୍ଧ୍ୟାରେ ସିନେ କଳାକାରଙ୍କ ସମେତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ନୃତ୍ୟ ନାଟିକା ପରିବେଷଣ ହେବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି ।

Leave a Reply

Your email address will not be published. Required fields are marked *