ବେଗୁନିଆ ( ଆୱାଜ ମିଡ଼ିଆ ) – ସମିର ସୁନ୍ଦରାୟ : ବେଗୁନିଆ ଦୁର୍ଗାପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗୁଡ଼ୁମ ଛକରେ ମଙ୍ଗଳବାର ଦିନ ସନ୍ଧ୍ୟା 5 ଟା ସମୟରେ କାର ବାଇକ ମୁହାଁମୁହିଁ ଧକ୍କା l ସୂଚନା ମୁତାବକ ଛତ୍ରପଡା ଗ୍ରାମର ସୁରସେନ ଜଗଦେବଙ୍କ ପୁଅ ରାଜେଶ କୁମାର ଜଗଦେବ (23) ନିଜ କାର୍ଯ୍ୟ ସାରି ଖୋର୍ଦ୍ଧାରୁ ନିଜ ଘରକୁ ବାଇକରେ ଫେରୁଥିଲେ ! ଅପରପାର୍ଶ୍ୱରୁ ବାଲେଶ୍ୱର ରୁପ୍ସା ଅଞ୍ଚଳର ଏକ କାର କାଇପଦରରୁ ଅଟ୍ରି ଯାଉଥିବା ସମୟରେ ଗୁଡ଼ୁମ ଛକ ନିକଟରେ ଦ୍ରୁତ ଗତିରେ ପ୍ରଥମେ ଏକ ନିମ୍ବ ଗଛ ଏବଂ ତାପରେ ତାଙ୍କୁ ଧକ୍କା ଦେଇ ଭାରସାମ୍ୟ ହରାଇ ରାସ୍ତାକଡକୁ ପଡିଥିଲା , ଫଳରେ ବାଇକ ଚାଳକ ରାକେଶ ଗୁରୁତର ହୋଇଥିଲେ l ସ୍ଥାନୀୟ ଲୋକଙ୍କ ସହଯୋଗରେ ତାଙ୍କୁ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟ, ପରେ ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଛି l ଘଟଣାସ୍ଥଳରେ ଖୋର୍ଦ୍ଧା ସଦର ଥାନା ତରଫରୁ ଦୁଇଟି ଗାଡିକୁ ଜବତ ସହିତ ଅଧିକ ତଦନ୍ତ ଚାଲିଛି l
ବେପରୁଆ ଗାଡି ଚାଳନାରୁ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା !!!

