ନବଦର୍ଶନ ପ୍ରୋଜେକ୍ଟ ଉନ୍ମୋଚନ !!!

0
157

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ଭି ଗାର୍ଡ ଇଣ୍ଡଷ୍ଟ୍ରିଜ ଲିମଟେଡ଼ ର ସହଯୋଗରେ ଓଡିଶା ରାଇଜିଙ୍ଗ ଫାଉଣ୍ଡେସନ ବୌଦ୍ଧିକ ଅନଗ୍ରସର ପିଲାଙ୍କ ଉପରେ ଧ୍ୟାନ ଦେଇ ଓଡ଼ିଶାର ସ୍ୱତନ୍ତ୍ର ଶ୍ରେଣୀ ପିଲାମାନଙ୍କର ସଶକ୍ତକରଣ ପାଇଁ ଏକ ରାଜ୍ୟସ୍ତରୀୟ ପ୍ରକଳ୍ପ ନବଦର୍ଶନ ଆରମ୍ଭ କରିଛି ! ମୁଖ୍ୟ ଅତିଥି ଭାବେ ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ଓଡିଶା ମାନ୍ୟବର ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ଦ୍ୱାରା ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରାଯାଇଥିଲା । ଏସ:ଏସ୍:ଇ:ପି:ଡିର ଡାଇରେକ୍ଟର ଶ୍ରୀମତୀ ବ୍ରତତୀ ହରିଚନ୍ଦନ( IAS), ଶ୍ରୀମତୀ କସ୍ତୁରି ମହାପାତ୍ର ଚେୟାରମ୍ୟାନ୍ ଓଏଲ୍ଏସ୍ ଖୋର୍ଦ୍ଧା ଏବଂ କୋରାପୁଟ ଜିଲ୍ଲାର DSSO , ଭି- ଗାର୍ଡ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ଅଧିକାରୀ ଓ ଆର ଏଫ୍ ର କର୍ମଚାରୀ ଏବଂ ୭ ଟି ଜିଲ୍ଲାର ୧୨ ଟି ସ୍ବତନ୍ତ୍ର ବିଦ୍ୟାଳୟ ଏବଂ ସେମାନଙ୍କ ଶିକ୍ଷକ ଓ ପିଲାମାନେ ଉପସ୍ଥିତ ଥିଲେ । ଭି- ଗାର୍ଡ ଏବଂ ଓ ଆର ଏଫ୍ ର ଅନନ୍ଯ ପଦକ୍ଷେପ କୁ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ପଣ୍ଡା ପ୍ରଶଂସା କରିଛନ୍ତି । ସେ କୃତଜ୍ଞତା ଜଣାଇବା ସହ ମାନସିକ ଭିନ୍ନକ୍ଷମ ପିଲାମାନଙ୍କ ପାଇଁ ନିଶ୍ବାର୍ଥପର ସେବା ପାଇଁ ସ୍ବତନ୍ତ୍ର ବିଦ୍ୟାଳୟର ଶିକ୍ଷକ ଏବଂ କର୍ମଚାରୀ ମାନଙ୍କୁ ଉତ୍ସାହିତ କରିଥିଲେ । ସେମାନଙ୍କର ଅଦମ୍ଯ ସମର୍ଥନ ପାଇଁ ସେ ଉପସ୍ଥିତ DSSO ଙ୍କୁ ଧନ୍ୟବାଦ ଜଣାଇବା ସହ ଜିଲ୍ଲା ପ୍ରଶାସନ ସହିତ ନିଜ ନିଜ ଦକ୍ଷତା ଅନୁଯାୟୀ ଏହି ପ୍ରକଳ୍ପ ପାଇଁ ସହାୟତାର ହାତ ବଢାଇବା ସହ ପରାମର୍ଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here