ବାରଖମାରେ ସିଆରପିଏଫ ପକ୍ଷରୁ ଜନ ସମ୍ପର୍କ ଶିବିର !!!

Spread the love

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ମାଓପ୍ରବଣ ଅଞ୍ଚଳରେ ସିଆରପିଏଫ୍ ପକ୍ଷରୁ କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ୍ ଅନ୍ତର୍ଗତ ବାରଖମା ଅଞ୍ଚଳରେ ସରକାରଙ୍କ ଦ୍ୱାରା ପରିଚାଳିତ ଆର୍ଥିକ ସହାୟତା ଯୋଜନା, ଗୃହ ମନ୍ତ୍ରଣାଳୟର ତତ୍ତ୍ୱାବଧାନରେ ସିଆରପିଏଫ୍ ୧୨୭ ବାଟାଲିୟନ ପକ୍ଷରୁ ଏକ ଜନସମ୍ପର୍କ ଶିବିର ଅନୁଷ୍ଠିତ ହୋଇଯାଇଛି । ଜି.127 ସିଆରପିଏଫ ବାଟାଲିୟନ ଆଣ୍ଟି ନକ୍ସଲ ଡ୍ୟୁଟି ପାଇଁ ବାଲିଗୁଡା ଥାନା ଅନ୍ତର୍ଗତ ବାରଖାମାରେ ନିୟୋଜିତ ଅଛି l ଏହି କାର୍ଯ୍ୟକ୍ରମରେ ବାରଖମା, ରେବିଙ୍ଗିଆ ଏବଂ ସୁଡୁରା ଗ୍ରାମ ପଞ୍ଚାୟତର ୟୁ.ଜି. ହାଇସ୍କୁଲ୍ ଜାର୍ଗୀଭଟ୍ଟା , ସରକାରୀ ହାଇସ୍କୁଲ୍ ବାରଖାମା, ସେଣ୍ଟ.ଫ୍ରାନ୍ସିସ୍ ଇଂରାଜୀ ମଧ୍ୟମ ବିଦ୍ୟାଳୟ ଏବଂ ଅଞ୍ଚଳବାସୀଙ୍କ ସମେତ ଅଞ୍ଚଳର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ଯୁବ ଗୋଷ୍ଠୀ ସାମିଲ୍ ହୋଇଥିଲେ । ଏହି ଅବସରରେ ଅଞ୍ଚଳର ଛାତ୍ରଛାତ୍ରୀଙ୍କ ଦ୍ବାରା ବିଭିନ୍ନ ମନୋରଞ୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଏଥି ସହିତ ଯୁବ ଗୋଷ୍ଠୀଙ୍କ କ୍ରୀଡ଼ାରେ ବିକାଶ ପାଇଁ ଭଲିବଲ୍, ଭଲିବଲ ନେଟ, ଫୁଟବଲ୍, ହ୍ୟାଣ୍ଡବଲ ପ୍ରଭୁତି ଖେଳ ସାମଗ୍ରୀ ବଣ୍ଟନ କରାଯିବା ସହ ସିଆରପିଏଫ୍ ପକ୍ଷରୁ ୨୦ଟି ଅସହାୟ ପରିବାରଙ୍କୁ ବିଭିନ୍ନ ରୋଷେଇ ସାମଗ୍ରୀ , ୟୁଟେନସିଲ୍ ଆଇଟମ, ଆଲୁମିନିୟମ୍ କଡେଇ, ଷ୍ଟିଲ୍ ପଟିଲା , ଷ୍ଟିଲ୍ କରଚି, ଷ୍ଟିଲ୍ ଫ୍ରାଏଙ୍ଗ୍ ପ୍ୟାନ୍, ସର୍ଭିଙ୍ଗ୍ ଚାମଚ, ଏବଂ ଷ୍ଟିଲ୍ ଗ୍ଲାସ୍ ଏବଂ ଷ୍ଟିଲ୍ ପ୍ଲେଟ୍ ବଣ୍ଟନ କରାଯାଇଛି । ଭାରତ ସରକାରଙ୍କ ଦ୍ୱାରା ପରିଚାଳିତ ଆର୍ଥିକ ସହାୟତା ଯୋଜନା,ଗୃହ ମନ୍ତ୍ରଣାଳୟର ତତ୍ତ୍ୱାବଧାନରେ ଏହି ମାନବିକ ସିଭିକ୍ ଆକ୍ସନ୍ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି | ଅଞ୍ଚଳ ବାସୀଙ୍କ ସହ ପୋଲିସର ସୁସମ୍ପର୍କ ସ୍ଥାପନ କରିବା ଏବଂ ଲୋକଙ୍କ ସୁବିଧା ଅସୁବିଧା ବୁଝିବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ବୋଲି କହିଛନ୍ତି ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ସିଆରପିଏଫର ଦ୍ୱିତୀୟ-ଇନ-କମାଣ୍ଡ ମାଉଲି ମୋହନ କୁମାର । ଅତିଥି ମାନଙ୍କ ଦ୍ବାରା ସ୍ଥାନୀୟ ଜନସାଧାରଣଙ୍କୁ ସମସ୍ତ ସାମଗ୍ରୀ ବଣ୍ଟନ କରାଯାଇଥିଲା l ଏଥିରେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଜି.127 ବାଟାଲିୟନର କମାଣ୍ଡିଙ୍ଗ ଅଧିକାରୀ ଇନ୍ସପେକ୍ଟର ପି.ଭି.ବେଣୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ନନ୍ଦିନୀ ମଲ୍ଲିକ ରେବିଙ୍ଗିଆ ସରପଞ୍ଚ ଶ୍ରୀମତୀ ରଞ୍ଜୁଲତା ମଲ୍ଲିକ୍, ବାରଖମା ସରପଞ୍ଚ ଶ୍ରୀମତୀ କୁମୁଦିନି ମଲ୍ଲିକ, ସୁଡୁରା ସରପଞ୍ଚ ଶ୍ରୀମତୀ ସରୋଜିନୀ ମଲ୍ଲିକ ଏବଂ ଅଞ୍ଚଳର ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ମଧ୍ୟ ଉପସ୍ଥିତ ଥିଲେ । ଏହି ଯୋଜନା ଅଧୀନରେ ସମୁଦାୟ 20 ପରିବାର, ତିନୋଟି ବିଦ୍ୟାଳୟ ଉପକୃତ ହୋଇଥିଲେ | ଆଗାମୀ ଦିନରେ କନ୍ଧମାଳ ଜିଲ୍ଲାର ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ ଏଭଳି କାର୍ଯ୍ୟକଳାପ କରାଯିବ ବୋଲି 127 ବାଟାଲିଆନର ଦ୍ୱିତୀୟ-ଇନ-କମାଣ୍ଡ ମାଉଲି ମୋହନ କୁମାର ସୂଚନା ଦେଇଛନ୍ତି l

Leave a Reply

Your email address will not be published. Required fields are marked *