ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ସିଙ୍ଗାରପଲ୍ଲୀ ପଞ୍ଚାୟତ ଶୁଣ୍ଢିଝୋଲା ଗ୍ରାମର ଅମୂଲ୍ୟ ବେହେରାଙ୍କୁ ବନବିଭାଗ କର୍ମଚାରୀ ମାନେ ମଙ୍ଗଳବାର ରାତ୍ରୀରେ ଗୋଡାଇ ଗୋଡାଇ ପିଟିଥିବା ଅଭିଯୋଗ ହୋଇଛି । ବନ ବିଭାଗ କର୍ମଚାରୀ ମାନେ କୌଣସି କାରଣରୁ ଅମୂଲ୍ୟକୁ ପିଛା କରି ଶୁଣ୍ଢିଝୋଲା ଗ୍ରାମ ନିକଟରେ ପ୍ରବଳ ମାଡ ମାରି ରକ୍ତାକ୍ତ କରି ଦେଇଥିଲେ । ମାଡ ମାରି ସାରିବା ପରେ ଅମୂଲ୍ୟଙ୍କ ଗାଡି ଯାଞ୍ଚ ହୋଇଥିଲେ ସୁଦ୍ଧା ସେଥିରୁ କିଛି ସାମଗ୍ରୀ ମିଳିନଥିଲା । କିଛି ନମିଳିବା ପରେ ବନ ବିଭାଗ କର୍ମଚାରୀ ମାନେ ସେଠାରୁ ପଳେଇ ଯାଇଥିଲେ । ହେଲେ ଦାୟିତ୍ବରେ ଥିବା ବନ କର୍ମଚାରୀ ମାନଙ୍କର ରାଗ ଏପରି ଭାବେ ବଢି ଯାଇଥିଲା ଯେ, ଜଣେ ନିର୍ଦ୍ଦୋଷକୁ ମାଡ ମାରି ରକ୍ତାକ୍ତ କରିବାକୁ ବିଭାଗୀୟ ପଛଘୁଞ୍ଚା ଦେଇନଥିଲେ । ଏଭଳି ପରିସ୍ଥିତିରେ ବିଭାଗୀୟ କର୍ମଚାରୀ ମାନେ ଜଣେ ନିର୍ଦ୍ଦୋଷକୁ ଦୋଷୀ ସଜାଇବାକୁ ଯାଇ ଏଭଳି ଅମାନୁଷିକ ଭାବେ ମାଡ ମାରିବା ଘଟଣାକୁ ଅଂଚଳବାସୀ ଦୃଢ ନିନ୍ଦା କରିବା ସହ ବିଭାଗୀୟ କର୍ମଚାରୀଙ୍କ ଗୁଣ୍ତାରାଜ ପ୍ରତି ଅଧିକରୁ ଅଧିକ ମାତ୍ରାରେ କାର୍ଯାନୁଷ୍ଠାନ ଗ୍ରହଣ କରିବା ପାଇଁ ପରିବାର ଲୋକେ ଦାବି କରିଛନ୍ତି । ତେବେ କାଠମାଫିଆ ଏବଂ ଶିକାରୀ ମାନଙ୍କୁ ଧରିବାରେ ବିଫଳ ହେଉଥିବା ବନ ବିଭାଗ ନିର୍ଦ୍ଦୋଷଙ୍କ ଉପରେ ମରଣାତ୍ମକ ଆକ୍ରମଣ କରିବା ସେମାନଙ୍କ କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେବେ ଏ ଘଟଣାରେ ବିଭାଗୀୟ କର୍ମଚାରୀଙ୍କ ଉପରେ ବନ ବିଭାଗ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ନା ମିଛ ସତ କହି ଘଟଣାକୁ ଚପାଇ ଦେଉଛି ତାହା ଦେଖିବାକୁ ବାକି ରହିଲା । ଏହି ବିଷୟରେ ମହୀପୁର ବନାଞ୍ଚଳ ଅଧିକାରୀ ଙ୍କ ସହିତ ଯୋଗାଯୋଗ କରିଥିଲୁ କିନ୍ତୁ ସମ୍ଭବ ହୋଇ ପାରିନଥିଲା l
ଜର ଦାଉରେ ତାଟିଆ କାମୁଡୁଛି ବନବିଭାଗ : ନିର୍ଦ୍ଦୋଷ ଯୁବକଙ୍କୁ ଗୋଡାଇ ଗୋଡାଇ ପିଟିଲେ ବନବିଭାଗ କର୍ମଚାରୀ !!!

