ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଲୁଗାଁ ପୋଲିସ ଉପଖଣ୍ଡ ମଧ୍ୟରେ ଡିଜେ ଉପରେ ଦୃଢ଼ କଟକଣା ଲାଗିଥିବା ସତ୍ବେ କେତେକ ଅମାନିଆ ବିଳମ୍ବିତ ରାତ୍ରରେ ଉଚ୍ଚ ଶଦ୍ଦରେ ଡିଜେ ବଜାଇବା ଦ୍ବାରା ସ୍ଥାନୀୟ ଅଞ୍ଚଳରେ ଶବ୍ଦ ପ୍ରଦୁଷଣ ହେଉଛି ! ଏନେଇ ସାଧାରଣ ଜନତା ଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ଦେଖାଦେଇଛି । ବିବାହ ବ୍ରତଠାରୁ ଆରମ୍ଭ କରି ଭଷାଣୀ ଓ ରାଜନୈତିକ ରାଲିରେ ଡିଜେର ଭୂମିକାକୁ ମୁଖ୍ୟ ଭାବରେ କେତେକ ଅମାନିଆ ବ୍ୟବହାର କରୁଥିବା ବେଳେ ତାହାର ଶଦ୍ଦରେ ମନୁଷ୍ୟ ଛାତି ଥରିବା ସହ ଘରଦ୍ବାର ମଧ୍ୟ ଥରି ଉଠୁଛି । ଫଳରେ ଛୋଟ ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ଓ ହୃଦରୋଗି ମାନେ ବିଶେଷ ପ୍ରଭାବିତ ହେଉଛନ୍ତି । ଏହାକୁ ନେଇ ଦିନକୁ ଦିନ ଜନ ଅସନ୍ତୋଷ ବୃଦ୍ଧି ପାଉଥିବା ବେଳେ ବାଲୁଗାଁ ଏସଡିପିଓ ମାନସ ରଂଜନ ବାରିକ ଏକ କଡା ପଦକ୍ଷେପ ନେଇଛନ୍ତି । ଡିଜେ ଉପରେ କଡା କଟକଣା ଲାଗିଥିବା ସତ୍ବେ ଏହାକୁ ଅବମାନନା କରି ବିଳମ୍ବିତ ରାତିରେ ଉଚ୍ଚଶଦ୍ଦ ରେ ଡିଜେ ବାଜୁଥିବାରୁ ଏହାକୁ ସମ୍ପୁର୍ଣ୍ଣ ରୋକିବା ନେଇ ବାଲୁଗାଁ ପୋଲିସ ସବଡିଭିଜନ ମାଧ୍ୟମରେ ଆସୁଥିବା ବାଣପୁର ଥାନା, ବାଲୁଗାଁ ଥାନା , ଟାଙ୍ଗି ଥାନା ଓ ନିରାକାରପୁର ଥାନା ଅଧିକାରିଙ୍କୁ ଡିଜେ ଶଦ୍ଦକୁ ସମ୍ପୁର୍ଣ୍ଣ ନିଷେଦ୍ଧ ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି । ଏହାକୁ ଯେ ଅବମାନନା କରିବ ତାହା ପ୍ରତି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଗଣମାଧ୍ୟମଙ୍କ ମାଧ୍ୟମରେ ଏସଡିପିଓ ଶ୍ରୀ ବାରିକ ଜଣାଇଛନ୍ତି । ଏପରିକି ଉପ-ଜିଲ୍ଲାପାଳଙ୍କ ବିନା ଅନୁମତିରେ କୈଣସି ଡ଼ାକବାଜି ଯନ୍ତ୍ର ବାଜି ପାରିବ ନାହିଁ ବୋଲି ପ୍ରକାଶ କରିଛନ୍ତି ।
ବାଲୁଗାଁ – ବାଣପୁର – ଚିଲିକା ଅଞ୍ଚଳରେ ଶଦ୍ଦ ପ୍ରଦୂଷଣ ରୋକିବା ନିମନ୍ତେ ଡିଜେ ଉପରେ ଲାଗିଲା ଲଗାମ !!!

