ବିଜ୍ଞାନ ଓ ଧର୍ମକୁ ନେଇ ବାବା ବଳିଆ ଙ୍କ ବାଣପୁର ରେ ପ୍ରେସମିଟ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ବିଜ୍ଞାପିତ ଅଞ୍ଚଳ କୁ ପଦ୍ମଶ୍ରୀ ଉପାଧିପ୍ରାପ୍ତ ବଳିଆ ବାବା ଦୁଇ ଦିନିଆ ଗସ୍ତରେ ଆସି ମା ‘ଭଗବତଙ୍କୀ ମନ୍ଦିର ପରିସରରେ ୧୦୮ ବ୍ରାହ୍ମଣଙ୍କ ଦ୍ବାରା ୧୦୮ ଚଣ୍ଡୀପାଠ ମହାଯଜ୍ଞ କରିବା ସହ “ଚଣ୍ଡୀରେ ଜୀବନ ଦର୍ଶନ ” ର ଆଲୋଚନା କରିଥିଲେ । ଏକ ପ୍ରେସମିଟରେ ବିଜ୍ଞାନ ଓ ଧର୍ମ ସମ୍ପର୍କରେ ବକ୍ତବ୍ୟ ରଖିବା ସହ ପରିବେଶ ସୁରକ୍ଷା ନିମନ୍ତେ ଚାରା ରୋପଣ କରିବା , ବୃଦ୍ଧାବସ୍ଥା ରେ ପିତା ମାତାଙ୍କ ସେବା କରିବା ମନୁଷ୍ୟ ର ମୁଖ୍ୟ ଧର୍ମ ବୋଲି ପ୍ରକାଶ କରିଥିଲେ । ଆଜିର ଯୁଗରେ ମା ମାନଙ୍କୁ ତାଙ୍କ ପିଲା ମାନେ ଠିକ ରେ ପଚାରୁ ନଥିବା ଓ ଅବହେଳିତ କରୁଥିବା ବେଳେ ସେମାନେ ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବା ଯୋଗୁଁ ସେମlଙ୍କ ସୁରକ୍ଷା କିଭଳି କରାଯିବ ସେହି ବିଷୟରେ ଆଲୋଚନା କରାଯାଇଥିଲା l ଏହି ପ୍ରେସ ମିଟ ବିଶିଷ୍ଟ ସମାଜସେବୀ ନନ୍ଦକିଶୋର ମିଶ୍ର ଙ୍କ ନିଜ ବାସଭବନ ରେ ଅନୁଷ୍ଠିତ ହୋଇଥିଲା l

Leave a Reply

Your email address will not be published. Required fields are marked *