ସରକାରୀ ଜାଗା ଜବରଦଖଲ ଉଚ୍ଛେଦକୁ ନେଇ ଚିଲିକା ତହସିଲଦାରଙ୍କୁ ଦାବିପତ୍ର !!!

Spread the love

ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ସରକାରୀ ଜାଗା ଜବରଦଖଲ ଉଚ୍ଛେଦକୁ ନେଇ ଚିଲିକା ତହସିଲଦାରଙ୍କୁ ଦାବିପତ୍ର ! ସୋରଣ ଓ ମାନସିଂହପୁର ଗ୍ରାମ ଚିଲିକା କୁଳ ଘୋଡାଦୌଡ଼ ପେଣ୍ଠରେ ହଜାର ହଜାର ଲୋକ ଓ ଡ଼ଙ୍ଗା ଚଳା ଚଳ ହେଉଥିବା ବେଳେ କିଛି ମୁଷ୍ଟିମେୟ ଲୋକଙ୍କ ପାଇଁ ଧୀରେ ଧୀରେ ସମସ୍ୟା ବଢ଼ିବାରେ ଲାଗିଛି । ଅନେକ ମତ୍ସ୍ୟଜୀବୀ ଦୁର୍ଦ୍ଦଶା ଭୋଗୁଛନ୍ତି ବୋଲି ନଜରକୁ ଆସିଛି । ସେହିଭଳି ଚିଲିକା ତହସିଲଦାରଙ୍କୁ ବାରମ୍ବାର ଲିଖିତ ଅଭିଯୋଗ କଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ ବୋଲି ପ୍ରତିକ୍ରିୟା ଦେଇଛନ୍ତି । କିଛି ମୁଷ୍ଟିମେୟ ଓ ଅସାମାଜିକ ବ୍ୟକ୍ତି ମଦ ବ୍ୟବସାୟ କରିବା ସହିତ ସାଧାରଣ ଲୋକଙ୍କୁ ହଇରାଣ ହରକତ ହେବାକୁ ପଡ଼ୁଛି । ଯାହା ଫଳରେ ମାଛ କାରବାର ଡ଼ଙ୍ଗା ରଖିବାରେ ବ୍ୟାଘାତ ସୃଷ୍ଟି ହେଉଛି । ବିଗତ ଦିନରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ପ୍ରଶାସନ ଅଧିକାରୀଙ୍କୁ ଅଭିଯୋଗ ପତ୍ର ଦେଲା ପରେ ମଧ୍ୟ କିଛି ପଦକ୍ଷେପ ନିଆଯାଇ ନାହିଁ । ମାନସିଂହପୁର ଗ୍ରାମର ଆଜି କିଛି ଲୋକ ଚିଲିକା ତହସିଲଦାରଙ୍କୁ ଆଉ ଏକ ଦାବି ପତ୍ର ଦେଇଛନ୍ତି । ଜବରଦଖଲ ଉପରେ ପ୍ରଶାସନ କୌଣସି ପଦକ୍ଷେପ ନନିଏ ତାହାହେଲେ ଆଗାମୀ ଦିନରେ ତହସିଲ ସମୁଖରେ ଆନ୍ଦୋଳନ ହେବ ବୋଲି ସ୍ଥାନୀୟ ବାସିନ୍ଦା ପ୍ରତିକ୍ରିୟା ଦେଇଛନ୍ତି । ମାନସିଂହପୁର ପଞ୍ଚାୟତ ଟାଙ୍ଗି ସାହି ଓ ଆଦିଶକ୍ତି ସାହିର ଆରଡ଼ି ଗୋଚର ରାସ୍ତାକୁ ସଂଯୋଗ କରୁଥିବା ସାଧାରଣ ଲୋକେ ଯାତାୟାତ କରୁଥିବା ଜାଗାକୁ ମାଧବ ବେହେରା ଜବରଦଖଲ କରି ରଖିଥିବା ନେଇ ଚିଲିକା ତହସିଲଦାରଙ୍କୁ ଦାବିପତ୍ର ଜଣାଇଛନ୍ତି । ଯାହାର ପ୍ଲଟନଂ ୨୦୮୪/୨୧୧୭ ଖାତା ନଂ ୪୫୭ ବେଆଇନି ଭାବେ ଅବରୋଧ କରି ନେଇଥିବା ଅନେକ ବାଧା ସୃଷ୍ଟି ହେଉଛି । ଦୁଇଜଣ ବ୍ୟକ୍ତି ଏହି ଜାଗାକୁ ଅକ୍ତିଆର କରି ନିଜ କବଜାରେ ରଖିଥିବା ମାନସିଂହପୁର ଗ୍ରାମର ବାସିନ୍ଦା ମାନେ ହଇରାଣ ହେଉଛନ୍ତି ।

Leave a Reply

Your email address will not be published. Required fields are marked *