ସମ୍ବାଦପତ୍ରରେ ବହୁବାର ପ୍ରକାଶିତ ହେଲା ପରେ ବି ସୁଧୁରିଲାନି ସ୍ୱାସ୍ଥ୍ୟ ବିଭାଗ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ନିକଟସ୍ଥ ଚାନ୍ଦପୁର ବସନ୍ତ ମଞ୍ଜରୀ ସ୍ବାସ୍ଥ୍ୟ ନିବାସ । ଦୁଇ ତିନୋଟି ଜିଲ୍ଲା, ଚାରୋଟି ବ୍ଲକର ଲୋକମାନେ ଏହି ହସ୍ପିଟାଲ ଉପରେ ନିର୍ଭରଶୀଳ ସ୍ବାସ୍ଥ୍ୟ ସେବା ନିମନ୍ତେ । ଦିନେ ଏସିଆ ମହାଦେଶର ଦ୍ୱିତୀୟ ବୃହତ୍ତମ ଟିବି ଚିକିତ୍ସାଳୟ ଥିଲା । କିନ୍ତୁ ଆଜିକା ଦିନରେ ଏଠି କାହା ଉପରେ କାହାର ଲଗାମ ନାହିଁ । ବ୍ୟବହାର କଥା ନ କହିବା ଭଲ । ଏହି ହସ୍ପିଟାଲ କୁ ରୋଗୀ ଙ୍କ ସେବାରେ ପରିବାର ଲୋକେ ଯାଇ କିଛି ପଚାରନ୍ତି ତ ସେମାନଙ୍କୁ ଦୁର୍ବ୍ୟବହାର ଦେଉଥିବା ନଜରକୁ ବହୁବାର ଆସିଛି । ସୂଚନା ମୁତାବକ ଟାଙ୍ଗୀ ଅଞ୍ଚଳର ଜଣେ ସାମ୍ବାଦିକ ବନ୍ଧୁ ସତ୍ୟତା ପରଖିବା ପାଇଁ ରୋଗୀ ହୋଇ ଚାରି ମାସ ଅନ୍ତରରେ ଦୁଇ ଥର ନିଜେ ଯାଇଥିଲେ । ଦେଖିବାକୁ ପାଇଥିଲେ ଯେ ସାଧାରଣ ଜଣେ ରୋଗୀ ନିରାଶ ହୋଇ ଫେରୁଛି । ସାମ୍ବାଦିକ ଜଣଙ୍କ ନିଜର ସ୍ୱାସ୍ଥ୍ୟଗତ ସମସ୍ୟା ଉପରେ ମଧ୍ୟ ଡାକ୍ତର ଙ୍କୁ ଦେଖେଇଥିଲେ , କିନ୍ତୁ ନିଜେ ଦୁର୍ବ୍ୟହାର ର ଶିକାର ହୋଇଥିଲେ । ଏଠାରେ ପ୍ରଶ୍ନ ଉଠୁଛି “ରୋଗୀ ଅସହାୟ ଡାକ୍ତର ନିରୁପାୟ” । ଏଠାରେ ଜଣେ ସିନିୟର ,ଶିକ୍ଷିତ ଓ ସାମ୍ବାଦିକ କୁ ଏଭଳି ବ୍ୟବହାର କରି ପାରୁଛନ୍ତି ସାଧାରଣ ଲୋକଙ୍କୁ କିପରି ବ୍ୟବହାର କରୁଥିବେ ତାହା ନ କହିବା ଭଲ । ଆମ ପ୍ରତିନିଧି ସାମ୍ବାଦିକ ଜଣଙ୍କୁ ଯୋଗାଯୋଗ କରିବାରୁ ନିଜର ଅନୁଭୂତି ସହ କହିଛନ୍ତି ଯେ ପ୍ରଥମ ଥର ପରୀକ୍ଷା ପାଇଁ କେମିକାଲ ନାହିଁ ବାହାରେ ପରୀକ୍ଷା କରି ନିଅନ୍ତୁ, ଦ୍ଵିତୀୟ ରେ ବାହାରୁ ଔଷଧ କିଣି ନିଅନ୍ତୁ ବୋଲି ମେଡିକାଲ କର୍ତ୍ତୃପକ୍ଷ କହୁଛନ୍ତି । ସରକାର ଆଇନ ଆଣିଲା ପରେ ମଧ୍ୟ ସ୍ବାସ୍ଥ୍ୟ ବିଭାଗ ଦଲାଲ ମୁକ୍ତ ହୋଇପାରୁନି । ଯଦି ଅଧିକା ରୋଗୀ ହେଉଛନ୍ତି , ଆଉଟ୍ ଡୋରରେ ଶୃଙ୍ଖଳିତ ବ୍ୟବସ୍ଥା ମୁଖ୍ୟ ଅଧିକାରୀ ନ ଦେଖି ଅଘଟଣକୁ ସ୍ବାଗତ କରୁଛନ୍ତି । କେଉଁ କର୍ମଚାରି କେତେ ବେଳେ କୁଆଡେ଼ ,କେତେଦିନ ହେଡକ୍ୱାଟରରେ ରହୁଛନ୍ତି ଲଗାମ ନାହିଁ । ସମସ୍ୟା ବହୁତ , ସ୍ଥାନୀୟ ଜନ ସାଧାରଣ ଙ୍କ ଦାବି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ତଥା ସ୍ବାସ୍ଥ୍ୟ ବିଭାଗ ଅଧିକାରୀ ଏଥି ପ୍ରତି ଧ୍ୟାନ ଦିଅନ୍ତୁ । ଆଗକୁ ଅଞ୍ଚଳ ବାସୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ସୂଚନା ରହିଛି । ଆଉ କିଛି ସମସ୍ୟା ମଧ୍ୟ ସାମ୍ନାକୁ ଆସିଲାଣି ପ୍ରସୂତି ରୋଗୀ ଚିକିତ୍ସା ଏଠି ଡେଲିଭରି ହେବା କୁ ଥିବା ବେଳେ ଟାଙ୍ଗି ଯାଇ ରେଫର ହେଉଛନ୍ତି ବାହାରକୁ । କଣ ଅସୁବିଧା ଏଠାରେ ବର୍ତମାନ ସାଧାରଣ ଲୋକ ଚିନ୍ତlରେ ପଡିଛନ୍ତି l ଏଠି ପ୍ରଶ୍ନ ଉଠୁଛି ମେଡିକାଲ କାହାର ? ଜନସାଧାରଣ ଙ୍କୁ ଠକୁଛି କିଏ ? ରୋଗୀ ସେବା ନା ରେ ବେପାର ଚାଲିନିତ ? ଯଦି ଜଣେ ବରିଷ୍ଠ ସାମ୍ବାଦିକ ଙ୍କୁ ଏଭଳି କରି ପାରୁଛନ୍ତି, ସାଧାରଣ ଲୋକଙ୍କୁ କଣ ନ କରୁଥିବେ ? ଆଗକୁ ଏହାର ମହାଖୁଲାସା ହେବ ବୋଲି ଅଞ୍ଚଳ ବାସି ଏବେଠୁ ଅଣ୍ଟା ଭିଡ଼ିଲେଣି, ଆନ୍ଦୋଳନ ର ରୂପ ନେବବୋଲି ଯାହା ଟାଙ୍ଗୀ ଓ ଚାନ୍ଦପୁର ରେ ଚର୍ଚ୍ଚା ହେଉଛି l ଏବେ କେବଳ ଦେଖିବାକୁ ବାକି ରହିଲା କେବେ ସୁଧୁରୁଛି ସ୍ୱାସ୍ଥ୍ୟ ସମସ୍ୟା ।

Leave a Reply

Your email address will not be published. Required fields are marked *