ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଓ ଏନ୍ଏସି ସ୍ତରୀୟ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା ୨୦୨୨ ପାଇଁ ବାଣପୁର ବ୍ଲକ ପରିସରରେ କଳାକାର ଚୟନ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରମେଶ ଚନ୍ଦ୍ର କର , କଳାକାର ସହାୟତା ଯୋଜନା ଜିଲ୍ଲା ଅଧ୍ୟକ୍ଷ, ଭିକାରୀ ଚରଣ ପ୍ରଧାନ, ଦିଲ୍ଲୀପ କୁମାର ପଣ୍ଡା, ରମେଶ ଚନ୍ଦ୍ର ପାତ୍ର ଯୋଗଦେଇ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ! ବାଣପୁର ବ୍ଲକ ଅତିରିକ୍ତ ବିଡ଼ିଓ ନୀଳାଦ୍ରି ପାତ୍ର, ବିଏସଓ ଗିରିବାଳା ନାୟକ, ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ମିଟୁ ନାୟକ , ଉପାଧ୍ୟକ୍ଷା ପ୍ରାଚୀପ୍ରଭା ସ୍ୱାଇଁ ଙ୍କ ସମସ୍ତ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ଉପସ୍ଥିତ ଥିଲେ । କଳାକାର ଚୟନରେ ପଞ୍ଚାୟତ ଓ ଏନ୍ଏସି ର ପାଖାପାଖି ୪୭୦ ଜଣ କଳାକାର ନାମାଙ୍କନ ଦାଖଲ କରିବା ସହ ନିଜର କଳା ପ୍ରଦର୍ଶନ କରିଥିଲେ ।
ବାଣପୁର ବ୍ଲକ ଓ ଏନ୍ଏସି ସ୍ତରୀୟ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା ପାଇଁ କଳାକାର ଚୟନ !!!

