ବିହାରୀ ମତ୍ସ୍ୟଜୀବୀ ଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ !!!

Spread the love

ଟାଙ୍ଗୀ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଚିଲିକାରେ ମାତିଲେ ଜଳ ଦସ୍ୟୁ ! ବିହାରୀ ମତ୍ସ୍ୟଜୀବୀ ଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ , ଜଣଙ୍କର ସନ୍ଦେହ ଜନକ ମୃତ୍ୟୁ ଆଉ ଜଣେ ଗୁରୁତର ! ଜଳ ଦସ୍ୟୁଙ୍କ ଆକ୍ରମଣରେ ବିହାରୀ ଯୁବକ ମୃତ ! ଯୁବକର ନାମ ଡବ୍ଲୁ ସାନି । ବୟସ ୩୦ ବର୍ଷ । ଘର ବିହାର କଟିୟାର ଜିଲ୍ଲା ବରଗାଁ ଅଞ୍ଚଳରେ ବୋଲି ଜଣା ପଡିଛି ! ମୃତ ବିହାରୀ ଯୁବକଙ୍କୁ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ କାଳୁପଡ଼ା ଘାଟ ଜରିପଡା ଚିଲିକା ସାହିର ମାଛ ମହାଜନ ଦୀପକ କୁମାର ପ୍ରଧାନ ଚିଲିକାରେ ମାଛ ମାରିବା ପାଇଁ ଆଣିଥିଲେ ! ଡବ୍ଲୁ ସାନି ନିଜ ବାପାଙ୍କ ସହ ଚିଲିକାରେ ମାଛ ମାରି ମାଛକୁ ମହାଜନ ଦୀପକ ପ୍ରଧାନଙ୍କୁ ଦେଇଥାନ୍ତି ! ତେବେ ବୁଧବାର ମାଛ ମାରିବା ପାଇଁ ଚିଲିକାରେ କଣ୍ଟା ପକାଇ ମାଛ ମାରୁଥିବା ବେଳେ କେତେକ ଲୋକ ଡଙ୍ଗାରେ ଆସି ଜୋର ଜବରଦସ୍ତ ମାଛ ନେଇ ଯାଇଥିଲେ ! ତେବେ ଡବ୍ଲୁ ସାନି ପ୍ରତିରୋଧ କରିବାରୁ ଜଳ ଦସ୍ୟୁଙ୍କ ଆକ୍ରମଣରେ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ତାଙ୍କ ପିତା । ଘଟଣା ଟି ସମ୍ବେଦନଶୀଳ ହୋଇଥିବାରୁ ଟାଙ୍ଗୀ ଥାନଧିକାରୀ ଦିଗବିଜୟ ବିଶ୍ୱାଳ ଘଟଣା ସ୍ଥଳରୁ ଗତକାଲି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ ! ପୁନର୍ବାର ଗୁରୁବାର ସନ୍ଧ୍ୟା ସମୟରେ କାଳୁପଡ଼ା ଘାଟ ରେଳବାଇ ଫାଟକ ନିକଟରେ ଶହ ଶହ ବିହାରୀ ମତ୍ସ୍ୟଜୀବୀ ଜଣେ ବିହାରୀ ର ମୃତ୍ୟୁ ପ୍ରତିବାଦରେ ଏବଂ ଭୟରେ ନିଜ ରାଜ୍ୟ କୁ ଫେରିବାକୁ ବସିଥିବା ବେଳେ ପୁନର୍ବାର ମତ୍ସ୍ୟଜୀବୀ ମାନଙ୍କ ଉପରେ ମାଛ ମାଫିଆ ମାନେ ଆକ୍ରମଣ କରିଥିଲେ । ଯାହା ଫଳରେ ଦୁଇ ତିନି ଜଣ ଆହତ ହୋଇଥିବା ବେଳେ ଜଣେ ଆହତ ରେଳବାଇ ଫାଟକ ନିକଟସ୍ଥ ଟ୍ରେନ ଲାଇନ ମଝିରେ ଅଚେତ ହୋଇ ଗୁରୁତର ଆହତ ଅବସ୍ଥାରେ ପଡ଼ି ରହିଥିଲା । ଘଟଣା ସ୍ଥଳରେ ଟାଙ୍ଗୀ ପୋଲିସ ପହଞ୍ଚି ଆହତ ଙ୍କୁ ଉଦ୍ଧାର କରି ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ସ୍ଥାନାନ୍ତର କରିବା ସହିତ ଅନ୍ୟ ବିହାରୀ ମତ୍ସ୍ୟଜୀବୀ ମାନଙ୍କୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛନ୍ତି । ଅପର ପକ୍ଷରେ ସ୍ଥାନୀୟ ଜନସାଧାରଣ ଏଭଳି ଘୃଣ୍ୟ ଏବଂ ନୃଶଂସ କାର୍ଯ୍ୟ କୁ ଦୃଢ଼ ନିନ୍ଦା କରିବା ସହିତ ଦୋଷୀ ମାନଙ୍କ ପ୍ରତି କଡା ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି !

Leave a Reply

Your email address will not be published. Required fields are marked *