ଭତ୍ତା ପ୍ରଦାନରେ ବଡ ଧରଣର ଅନିୟମିତତା ନେଇ ଜିଲ୍ଲାପାଳଙ୍କୁ ଅଭିଯୋଗ କଲେ ସରପଞ୍ଚ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ ସଦର ବ୍ଲକ ଅନ୍ତର୍ଗତ ନାଟୁଗାଁ ଗ୍ରାମ ପଞ୍ଚାୟତର 12 ଜଣ ହିତାଧିକାରୀ ଦୀର୍ଘ 5 ରୁ 7ମାସ ହେଲା ଭତ୍ତା ପାଇବାରୁ ବଞ୍ଚିତ ହୋଇଛନ୍ତି , ଏ ନେଇ ହିତାଧିକାରୀ ମାନେ ସରପଞ୍ଚ ଙ୍କୁ ଅଭିଯୋଗ କରିବା ପରେ ସରପଞ୍ଚ ଶ୍ରୀମତୀ ସାଗରବାଳା ବରାଡ଼ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଅବଗତ କରାଇଥିଲେ ! କିନ୍ତୁ କୋୖଣସି ସୁଫଳ ମିଳିନଥିଲା , ପୂର୍ବ ରୁ ଭତା ପାଇଥିବା ଓ 5 ରୁ 7ମାସ ହେଲା ଭତା ପାଉନଥିବା ହିତାଧିକାରୀ ମାନେ ବିକଳାଙ୍ଗ, ବିଧବା, ଓ ବୃଦ୍ଧ ହୋଇ ଥିବାରୁ ଭତା ପାଇଁ ସରପଞ୍ଚ ଙ୍କୁ ଦୁଃଖ ଜଣାଇଥିଲେ ! ଏ ନେଇ ଖୋଦ ସରପଞ୍ଚ ବ୍ଲକ ପରିସରରେ ଥିବା ଭତା ସେକ୍ସନ ଅଧିକାରିଣୀଙ୍କୁ ବାରମ୍ବାର ଜଣାଇ ଥିଲେ, ସେକସନ ଅଧିକାରିଣୀ ବିଭିନ୍ନ ବାହାନା ଦେଖାଇ ନ ଶୁଣିବାର ଅଭିନୟ କରି କଥାକୁ ଏଡାଇ ଯାଇ ଥିବା ସୂଚନା ମିଳିଛି ! ସେକସନ ଅଧିକାରିଣୀ ଙ୍କ ମନମୁଖି ଶାସନ ଯୋଗୁ ସେବା ଯୋଗାଇ ବାରେ ବାଧା ପ୍ରାପ୍ତହୋଇଛି ! ଏପଟେ ସେକ୍ସନ ର ବଡ଼ ଧରଣ ର ଅନିୟମିତତା ହୋଇଥିବା ନେଇ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇ ଛନ୍ତି ନାଟୁଗାଁ ପଞ୍ଚାୟତ ସରପଞ୍ଚ ! ପଞ୍ଚାୟତ ର ଜନ ସଧାରଣଙ୍କୁ ଉତ୍ତମ ସେବା ଯୋଗାଇ ଦେବା ଓ ସ୍ୱଛତା ଆଣିବା ଲକ୍ଷ ନେଇ ସରପଞ୍ଚ ସାଗରବାଳା ବରାଡ଼ ଅହରହ ସଂଗ୍ରାମ ଜାରି ରଖିଥିବା ବେଳେ ଭତ୍ତା ସେକ୍ସନ ଅଧିକାରିଣୀ ଙ୍କ ଯୋଗେ ପଞ୍ଚାୟତ ର ଭତ୍ତା ହିତାଧିକାରୀ ଙ୍କ ସେବା ରେ ଲକ୍ଷ୍ମଣ ଗାର ସଦୃଶ ପଡିଛି ! ଏ ଘଟଣା କୁ ନିଜେ ସରପଞ୍ଚ ସମସ୍ତ ଙ୍କୁ ଅବଗତ କରିବା ପରେ ସୁଫଳ ନ ମିଳିବାରୁ ବାଧ୍ୟ ହୋଇ ଭତା ସେକସନ ଅଧିକାରିଣୀଙ୍କ ବିରୁଦ୍ଧରେ ଜିଲ୍ଲାପାଳ ଙ୍କ ନିକଟରେ ଅଭିଯୋଗ କରିଥିବା ଜଣା ପଡିଛି !

Leave a Reply

Your email address will not be published. Required fields are marked *