ଚିଲିକା ରେ ରାସ୍ତା କାମକୁ ନେଇ ଦୁଇ ଗୋଷ୍ଠୀ ମୁଁହାମୁହିଁ !!!

Spread the love

ଟାଙ୍ଗୀ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଅନ୍ତର୍ଗତ କଳକଳେଶ୍ୱର ପଞ୍ଚାୟତ ରେ ଏକ କଂକ୍ରିଟ ରାସ୍ତା କାର୍ଯ୍ୟ କରିବା ପାଇଁ ୪ ଲକ୍ଷ ଟଙ୍କାର ବ୍ୟୟ ବରାଦ ହୋଇଛି । ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ ରହିଛି , ହେଲେ କାର୍ଯ୍ୟ ନିର୍ବାହୀ ଅଧିକାରୀ ରବୀନ୍ଦ୍ର ପୃଷ୍ଟି ନିଜେ କାର୍ଯ୍ୟ ନକରି ବର୍ତ୍ତମାନ ର ସରପଞ୍ଚ ଙ୍କୁ କାର୍ଯ୍ୟ କରିବା ପାଇଁ ମୌଖିକ ଭାବେ କହିଛନ୍ତି । ଅନ୍ୟ ପଟରେ ପୂର୍ବତନ ସରପଞ୍ଚ ଙ୍କ ଡିଲ୍ କରିବା ପରେ କାର୍ଯ୍ୟ ବନ୍ଦ କରିବା ପାଇଁ ଲୁକ୍କାୟିତ ଭାବେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ କହିଛନ୍ତି । ବିଡ଼ିଓ ଏବଂ ଲୋକଙ୍କ ସାମ୍ନାରେ ଧରାପଡି ହଟହଟା ହୋଇଛନ୍ତି କଳକଳେଶ୍ୱର ପଞ୍ଚାୟତ ର କାର୍ଯ୍ୟ ନିର୍ବାହୀ ଅଧିକାରୀ ରବୀନ୍ଦ୍ର କୁମାର ପୃଷ୍ଟି । ତେବେ ରାସ୍ତା ନିର୍ମାଣ କାମକୁ ନେଉ ଉତ୍ତେଜନା ସୃଷ୍ଟି ହେବା ସହିତ ଦୁଇ ଗୋଷ୍ଠୀ ମୁଁହାମୁହିଁ ହୋଇଛନ୍ତି !

Leave a Reply

Your email address will not be published. Required fields are marked *