ଚିଲିକା ଓକିଲ ସଙ୍ଘ ପକ୍ଷରୁ ସମ୍ବିଧାନ ଦିବସ ପାଳିତ !!!

Spread the love

ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ନଭେମ୍ବର ୨୬ କୁ ସମ୍ବିଧାନ ଦିବସ ଭାବେ ସାରା ଦେଶରେ ପାଳନ କରାଯାଉଥିବା ବେଳେ , ଖୋର୍ଦ୍ଧା ଜିଲ୍ଲା ଚିଲିକା ଓକିଲ ସଙ୍ଘ କାର୍ଯ୍ୟାଳୟରେ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମ ତାଲୁକ ଲିଗାଲ ସର୍ଭିସ କମିଟି ର ଅଧ୍ୟକ୍ଷ ଭାବେ ଚିଲିକା ବିଚାର ବିଭାଗୀୟ ଅଦାଲତ ର ମାନ୍ୟବର ବିଚାରପତି ଶ୍ରୀଯୁକ୍ତ ବିକାଶ ଗୋଏଲ ମହୋଦୟ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମ ରେ ସାଧାରଣ ଲୋକେ କିପରି ତ୍ୱରିତ ନ୍ୟାୟ ପାଇପାରିବେ ଏବଂ ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ସାଧାରଣ ଲୋକଙ୍କୁ ଉପଯୁକ୍ତ ନ୍ୟାୟ ମିଳିବା ଉପରେ ମାନ୍ୟବର ବିଚାରପତି ଗୁରୁତ୍ଵାରୋପ କରି ବକ୍ତବ୍ୟ ଦେଇଥିଲେ l ଆୟୋଜିତ କାର୍ଯ୍ୟକ୍ରମ ରେ ନ୍ୟାୟିକ ବ୍ୟବସ୍ଥା ରେ ସାମ୍ବିଧାନିକ ଦିବସ ର ପାଳନ ଉପରେ ସରକାରୀ ଓକିଲ ଶ୍ରୀମତୀ ସ୍ଥିତିପ୍ରଜ୍ଞା ଅମୃତ ତନୟା ନିଜର ଅଭିଭାଷଣ ଦେଇଥିଲେ l ଚିଲିକା ଓକିଲ ସଙ୍ଘ ର ସଭାପତି ଭାସ୍କର ଘଡ଼ାଇ , ସଙ୍ଘର ସମ୍ପାଦକ ଦେବାଶିଷ ରଥ , ସରକାରୀ ଓକିଲ ତଥା ଚିଲିକା ଓକିଲ ସଙ୍ଘ ର ପୂର୍ବତନ ସଭାପତି ହରେକୃଷ୍ଣ ଜଗଦେବ, ଆଇନୀଜୀବ ତଥା ସାମ୍ବାଦିକ ପ୍ରଦ୍ୟୁଷ ଦାଶ, ଆଇନନୀଜୀ ଅଶୋକ କୁମାର ଜେନା, ଖଗେଶ୍ୱର ପାତ୍ର ନିଜ ନିଜର ବକ୍ତବ୍ୟ ରଖିଥିଲେ l ଚିଲିକା ତହସିଲ ସରକାରୀ ଓକିଲ ସୁରେନ୍ଦ୍ର ପ୍ରଧାନ, ଚିତ୍ରସେନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ l ପରିଶେଷରେ ସଙ୍ଘ ସଭାପତି ଭାସ୍କର ଘଡ଼ାଇ ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମ କୁ ସମାପନ କରିଥିଲେ l

Leave a Reply

Your email address will not be published. Required fields are marked *