ଟାଙ୍ଗୀରେ ବେପାରୁଆ ଗାଡି ଚାଳକ ଙ୍କୁ ସଚେତନତା ବାର୍ତ୍ତା ବାଂଟୁଛନ୍ତି ସରପଞ୍ଚ !!!

Spread the love

ଟାଙ୍ଗୀ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବେପାରୁଆ ଗାଡି ଚାଳକ ଙ୍କୁ ସଚେତନତା ବାର୍ତ୍ତା ବାଣ୍ଟିବା ଆରମ୍ଭ କରିଛନ୍ତି ସ୍ଥାନୀୟ ସରପଞ୍ଚ । ଖୋର୍ଦ୍ଧା ଜିଲ୍ଲାରେ ବେପାରୁଆ ଗାଡି ଚାଳନା ଯୋଗୁଁ ବହୁ ଧନ ଜୀବନ କ୍ଷୟ କ୍ଷତି ଘଟୁଛି । ଏଥିରେ ରୋକ ଦେବା ପାଇଁ ସରକାର ବ୍ୟାପକ କଟକଣା କରିଛନ୍ତି ତଥାପି ବେପାରୁଆ ଗାଡି ଚାଳକ ଙ୍କ ଉତ୍ପାତ କମିବାର ନାହିଁ । ଏହାକୁ ଦୃଷ୍ଟିରେ ରଖି ଟାଙ୍ଗୀ ଥାନା ପୋଲିସ ପକ୍ଷରୁ କଡା ଆଭିମୁଖ୍ୟ ମଧ୍ୟ ଗ୍ରହଣ କରାଯାଇଛି । ଧରପଗଡ ବେଳେ ବେପାରୁଆ ଗାଡି ଚାଳକ ଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଉଛି , ଗିରଫ କରିବା ସହିତ ଜରିମାନା ମଧ୍ୟ ଆଦାୟ କରାଯାଉଛି । ଏହି ବେପାରୁଆ ଗାଡି ଚାଳକ ମାନଙ୍କୁ ସଚେତନତା କରିବା ପାଇଁ ରତନପୁର ସରପଞ୍ଚ ଗାଁ ଗାଁରେ ଡାକବାଜି ଯନ୍ତ୍ର ମାଧ୍ୟମରେ ଗାଡି ଚାଳକ ମାନଙ୍କୁ ସଚେତନତା ଅଭିଯାନ କରୁଛନ୍ତି ।

Leave a Reply

Your email address will not be published. Required fields are marked *