ଟ୍ରକ କୁ ମାଡକଲା ଯାତ୍ରୀବାହୀ ବସ : ଜଣେ ମୃତ ୬ ଗୁରୁତର !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ଟ୍ରକ କୁ ମାଡକଲା ଯାତ୍ରୀବାହୀ ବସ l ଜଣେ ମୃତ ୬ ଗୁରୁତର l ଏଭଳି ଏକ ଦୁର୍ଘଟଣା ଦେଖିବାକୁ ମିଳିଛି ଇଟାମାଟି ଥାନା ଭାରତ ପ୍ରେଟୋଲ ଟାଙ୍କି ନିକଟରେ l ମାଣିକେଶ୍ବରୀ ନାମକ ଯାତ୍ରୀବାହୀ ବସ ସବୁଦିନ ପରି ଗନ୍ତବ୍ୟ ସ୍ଥଳରୁ ବାହାରିଥିଲା l ରାତି ପ୍ରାୟ ୩ ଟା ସମୟରେ ନୟାଗଡ ରେ ଯାତ୍ରୀ ଙ୍କୁ ଓହ୍ଲାଇ ଓଲ୍ଲାଇ ଭୁବନେଶ୍ୱର ଅଭିମୁଖେ ଯାଉଥିଲା l ଇଟାମାଟି ପ୍ରେଟୋଲ ପମ୍ପ ନିକଟରେ ଏକ ମାଲ ବୋଝେଇ ଟ୍ରକ ଠିଆ ହୋଇଥିଲା l ଯାତ୍ରୀବାହି ବସ ଟି ଟ୍ରକ ପଛ ପାଖରେ ମାଡ଼ କରିଥିଲା l ଇଟାମାଟି ପୋଲିସ 108 ଆମ୍ବୁଲାନ୍ସ , ଅଗ୍ନିଶମ ବିଭାଗ ସହାୟତା ରେ 7 ଜଣ ଯାତ୍ରୀ ଙ୍କୁ ନୟାଗଡ ମୁଖ୍ୟ ଚିକିତ୍ସାଳୟ କୁ ପଠା ଯାଇଥିଲା l ଡାକ୍ତର ଜଣେ ଯାତ୍ରୀ କୁ ମୃତ ଘୋଷଣା କରିଥିବା ବେଳେ ୨ ଜଣ ଯାତ୍ରୀ ଗୁରୁତର ଥିବାରୁ ଭୁବନେଶ୍ୱର ସ୍ଥାନାନ୍ତରିତ ହୋଇଛନ୍ତି l ମୃତ ବ୍ୟକ୍ତି ଜଣକ ଅମର ଚାନ୍ଦ ଘର ଜୁନାଗଡ଼ l ସେ ଜଣେ ଶିକ୍ଷକ ବୋଲି ସୂଚନା ମିଳିଛି l ଶିକ୍ଷକ ଆନ୍ଦୋଳନ ରେ ସାମିଲ ହେବାକୁ ରାଜଧାନୀ ଯାଉଥିଲେ l ଇଟାମାଟି ପୋଲିସ ୨ ଟି ଗାଡିକୁ ଜବତ କରିଛି l

 

Leave a Reply

Your email address will not be published. Required fields are marked *