ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ କେସି କ୍ଲବ ରେ ସହିଦ ଦିବାକର ପରିଡ଼ାଙ୍କ ୧୧୨ ତମ ଜୟନ୍ତୀ ସମାରୋହ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କମିଟି ସଭାପତି ସୌଦାମିନୀ ପାଇକରାୟ ଅଧ୍ୟକ୍ଷତା କରିଥିବା ସମୟରେ ମୁଖ୍ୟ ଅତିଥି ଭାବେ ପୌର ପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ ଯୋଗ ଦେଇଥିଲେ ! ସମ୍ମାନୀତ ଅତିଥି ରୂପେ ସାହିତ୍ୟ ଏକାଡେମୀ ସଦସ୍ୟ ଅଶୋକ କୁମାର ନାୟକ, କବି ଓ ଅନୁବାଦକ ଶରତ ଚନ୍ଦ୍ର ଆଚାର୍ଯ୍ୟ, ଅଧ୍ୟାପକ ଆଦିତ୍ୟ କୁମାର ମିଶ୍ର ଯୋଗ ଦେଇଥିଲେ ।
ସ୍ଵାଧୀନତା ସଂଗ୍ରାମରେ ସଂଗ୍ରାମୀ ରଘୁ – ଦିବାକର ଅଭିନ୍ନ ଓ ଅବିଚ୍ଛେଦ୍ୟ ବୋଲି ଅତିଥି ମାନେ ମତ ଦେଇଥିଲେ । ବାଉଁଶ ଠେଙ୍ଗାରେ ହୋଇଥିବା ଏହି ଆନ୍ଦୋଳନ ଓ ଠେଙ୍ଗା ବ୍ରିଟିଶ ପାର୍ଲାମେଣ୍ଟକୁ ଯିବା ପ୍ରସଙ୍ଗ ଆଲୋଚନା ହୋଇଥିଲା । ରଣପୁରର ସ୍ୱାଧୀନତା ଆନ୍ଦୋଳନ ସମଗ୍ର ପୃଥିବୀରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ଦିବାକର ପରିଡ଼ା ଜଣେ ଅଗ୍ନିବର୍ଷୀ ବିପ୍ଳବୀ ଓ ଏକନିଷ୍ଠ ସଂଗ୍ରାମୀ ଥିଲେ ବୋଲି ଅତିଥି ମତବ୍ୟକ୍ତ କରିଥିଲେ । ରଣପୁର ଆନ୍ଦୋଳନ ଜନଶୃତି ସମ୍ପର୍କରେ ଶ୍ରୀଯୁକ୍ତ ଆଚାର୍ଯ୍ୟ ମତ ରଖିଥିଲେ । ଗଣମାଧ୍ୟମ ପ୍ରତିନିଧି ଚିତ୍ତ ରଞ୍ଜନ ପାଶା, ଅନୀଲ କୁମାର ପଣ୍ଡା, ରିତେନ୍ଦ୍ର ଛାଟୋଇ, ଲୋକନାଥ ମିଶ୍ର, ପୁରୁଷୋତ୍ତମ ମହାପାତ୍ର, ରଜତ ପଟ୍ଟନାୟକ, ପ୍ରଶାନ୍ତ ଜେନା ଏବଂ ଜୟେନ୍ଦ୍ର ବେହେରା ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅନ୍ୟାନ୍ୟ ଫାଉଣ୍ଡେସନ କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା ।

