ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ପୋଲିସ ଉପଖଣ୍ଡ ଏସଡିପିଓ ଗତମାସ ରେ ଡିଜେ ସାଉଣ୍ଡ ଉପରେ ବଡ ଧରଣର ପଦକ୍ଷେପ ନେବା ସହ ଡିଜେ ସାଉଣ୍ଡ ଉପରେ କଟକଣା ମଧ୍ୟ ଲାଗୁ କରିଥିଲେ । କିନ୍ତୁ କେତେକ ଅମାନିଆ ବ୍ୟକ୍ତି ଏହି ନିଷେଧାଜ୍ଞା କୁ ବେଖାତିର କରି ଉପ-ଜିଲ୍ଲାପାଳଙ୍କ ବିନା ଅନୁମତି ପତ୍ରରେ ଖୁଲୁମ ଖୁଲା ଡିଜେ ବଜାଉଥିବା ବେଳେ ଏହାକୁ ରୋକିବା ନେଇ ବାଲୁଗାଁ ପୋଲିସ ଆଜି କଡା ପଦକ୍ଷେପ ନେଇଛି । ବାଲୁଗାଁ ପାଟଣା ସାହି ଅଞ୍ଚଳରେ ଉଚ୍ଚ ଶବ୍ଦରେ ଡିଜେ ବାଜୁଥିବା ବେଳେ ଶଦ୍ଦ ପ୍ରଦୂଷଣ ମଧ୍ୟ କରୁଥିଲା । ଏହି ଡିଜେ ଶଦ୍ଦର ପ୍ରଦ୍ଦୁଷଣ ରୋକିବା ନେଇ ଆଜି ସ୍ଥାନୀୟ ଅଞ୍ଚଳର ଜଣେ ବୃଦ୍ଧ ବ୍ୟକ୍ତି ଙ୍କ ରିପୋର୍ଟକୁ ଭିତ୍ତି କରି ବାଲୁଗାଁ ପୋଲିସ ଏକ ଡିଜେ ଗାଡ଼ି କୁ ଅଟକାଇଥିଲା । ଅତ୍ୟଧିକ ଉଚ୍ଚ ଶବ୍ଦ ଥିବାରୁ ପୋଲିସ ସେଠାରେ ପହଞ୍ଚି ଡିଜେ ଗାଡିଟିକୁ ଜବତ କରି ଥିଲେବି ସେ ଗାଡ଼ି ଚାଳକ ପୋଲିସର କଥାକୁ ନମାନି ସେଠାରୁ ଗାଡିଟିକୁ ଖୁବ୍ ଜୋରରେ ପାଟଣା ସାହିରୁ ନେଇ ପଳାଇ ଯାଇଥିଲା । ଫଳରେ ବାଲୁଗାଁ ପୋଲିସ ଡିଜେ ଗାଡିଟିକୁ ପିଛା କରିଥିଲା । ଗାଡିର ଡ୍ରାଇଭର ଜନଗହଳି ରାସ୍ତାରେ ବିପଜ୍ଜନକ ଭାବରେ ଗାଡି ଚଳାଉଥିବା ଦେଖି ପୋଲିସ ଜନସାଧାରଣଙ୍କ ସୁରକ୍ଷା ଦୃଷ୍ଟିରୁ ବିକଳ୍ପ ପନ୍ଥା ଆଦରି ଚତୁରତାର ସହ ଡିଜେ ଗାଡିକୁ ଜବତ କରି ବାଲୁଗାଁ ଥାନାକୁ ଟାଣି ଆଣିଥିଲା । ଏନେଇ ବାଲୁଗାଁ ପୋଲିସ ୨୭୧/୨୨ ମାମଲା ରୁଜକରି ତଦନ୍ତ ଆରମ୍ଭ କରିଛି ।
ବାଲୁଗାଁ ପାଟଣା ସାହି ଅଞ୍ଚଳରେ ଶବ୍ଦ ପ୍ରଦୂଷଣ କରୁଥିବା ଡିଜେ ଗାଡ଼ିକୁ ଜବତ କଲା ପୋଲିସ !!!

