ଗଜପତି ଜିଲ୍ଲା ସରକାରୀ କର୍ମଚାରୀ ଦେଖିଲେ ” ଦମନ୍ ” ଚଳଚ୍ଚିତ୍ର !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ର ସମସ୍ତ ଅଧିକାରୀ ଏବଂ କର୍ମଚରୀ ଆଜି ସନ୍ଧ୍ୟାରେ ପାରଳାଖେମୁଣ୍ଡି ସ୍ଥିତ ଏସ.କେ ସିନେମା ହଲରେ ଦମନ ଚଳଚ୍ଚିତ୍ର ଦେଖିଛନ୍ତି । ମ୍ୟାଲେରଆ ନିରାକରଣ ଭଳି ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ନିର୍ମିତ ଓଡ଼ିଆ ଚଳଚ୍ଚିତ୍ର ‘ ଦମନ ‘ କୁ ସମସ୍ତ ବିଭାଗର ଅଧିକାରୀ ଓ କର୍ମଚାରୀ ମାନେ ଦେଖିଛନ୍ତି । ଗଜପତି ଜିଲ୍ଲା ଓ ଦୌରା ଜଜ ଶ୍ରୀଯୁକ୍ତ ପ୍ରଣବ କୁମାର ରାଉତରାୟ, ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା ଓ ପ୍ରଦୀପ କୁମାର ନାୟକ, ଉପଜିଲ୍ଲାପଳ ଆଲୋକ କୁମାର ପ୍ରଧାନ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ପ୍ରଦୀପ କୁମାର ପାତ୍ର, ଡେପୁଟି କଲେକ୍ଟର ନଟବର ଗରଡ଼ାଙ୍କ ସହ ବିଭିନ୍ନ ବିଭାଗୀୟ ଅଧିକାରୀ ଓ କର୍ମଚରୀ ମାନେ ଉପସ୍ଥିତ ରହି ସିନେମା ଦେଖିଥିଲେ । ଗଜପତି ଜିଲ୍ଲାର ମ୍ୟେଲେରିଆ ପ୍ରବଣ ବ୍ଲକର ଦୁର୍ଗମ ଅଞ୍ଚଳରେ ଥିବା ପ୍ରତିବନ୍ଧକ ସତ୍ତ୍ୱେ ସ୍ଵାସ୍ଥ୍ୟ ବିଭାଗର କାର୍ଯ୍ୟରତ ଡାକ୍ତର, ନର୍ସ କର୍ମଚାରୀ ମ୍ୟାଲେରିଆ ନିରାକରଣ ଉପରେ ଗୁରୁତ୍ୱ ଦେଇ କର୍ତ୍ତବ୍ୟ ତୁଲାଇଥିଲେ । ଦମନ ସିନେମା ଦେଖିବା ପରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ଵାସ୍ଥ୍ୟ ବିଭାଗର କାର୍ଯ୍ୟରତ ଡାକ୍ତର, ନର୍ସ ଓ ଅନ୍ୟ କର୍ମଚାରୀ ତାଙ୍କର ପୁରୁଣା ଅଭିଜ୍ଞତାକୁ ମନେ ପକାଇଥିଲେ । ପ୍ରକାଶ ଥାଉକି ଦମନ କୁ ଜିଲ୍ଲା ସ୍ତରରେ ପ୍ରଦର୍ଶନ କରିବା ଲାଗି ରଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ । ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଠୁ ଗଜପତି ଜିଲ୍ଲା ପ୍ରଶାସନକୁ ଏ ସଂକ୍ରାନ୍ତରେ ଚିଠି ହୋଇଥିଲା । ଆସନ୍ତା କାଲି ମଧ୍ୟ ବିଭିନ୍ନ ବିଭାଗୀୟ ଅଧିକାରୀ, ଡାକ୍ତର, ନର୍ସ ଓ ଅନ୍ୟ କର୍ମଚାରୀ ମଧ୍ଯ ଦେଖିବେ ବୋଲି ଅତିରିକ୍ତ ଜିଲ୍ଲାପଳ ଶ୍ରୀ ପଣ୍ଡା କହିଛନ୍ତି ।

Leave a Reply

Your email address will not be published. Required fields are marked *