ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ ରେ ଉଚ୍ଚମାନର କୃଷକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ନୟାଗଡ ଏବଂ ଭୁବନେଶ୍ବର ଜୋନ-୧ ଏସବିଆଇ ଦ୍ବାରା ଆୟୋଜିତ ଏହି କର୍ମଶାଳାରେ ପ୍ରାୟ ୬୫ ଜଣ ରୁ ଉର୍ଦ୍ଧ କୃଷି ଉଦ୍ୟୋଗି ଓ କୃଷକ ଯୋଗ ଦେଇଥିଲେ । କର୍ମଶାଳାରେ ଏସବିଆଇ ର ଡିଜିଏମ ଓ ଏବିଓ ଧୃବ ଚରଣ ବଳ , ଆରଏମ ଖୋର୍ଦ୍ଧା , ଭୂପଦେବ ପ୍ରଧାନ , ଉଦ୍ୟାନ ଏବଂ କୃଷି ଅଧିକାରୀ ଅଜିତ କୁମାର ନାୟକ , ଜିଲ୍ଲା ସଂଯୋଜକ ସୂର୍ଯ୍ୟକାନ୍ତ ଦାସ ଓ ସ୍ଥାନୀୟ ବ୍ୟାଙ୍କ ଶାଖାର ପରିଚାଳକ ପ୍ରମୁଖ ଏହି କର୍ମଶାଳା ରେ ଯୋଗ ଦେଇଥିଲେ । କର୍ମଶାଳାରେ ବ୍ୟାଙ୍କ କର୍ମଚାରୀ ଏବଂ କୃଷି ଉଦ୍ୟୋଗୀ ମାନଙ୍କ ମଧ୍ୟରେ ଉତ୍ତମ ବୁଝାମଣା ଉପରେ ଅଧିକ ଗୁରୁତ୍ବାରୋପ ପାଇଁ ଆଲୋଚନା ହୋଇଥିଲା । ଏହି ଅବସରରେ ବ୍ୟାଙ୍କ ଅଧିକାରୀ ମାନେ ବ୍ୟାଙ୍କ ତରଫରୁ କୃଷକ ମାନଙ୍କ ପାଇଁ ଥିବା କୃଷି ଋଣ ଏବଂ ଅନ୍ୟାନ୍ୟ ସୁବିଧା ସୁଯୋଗ ସମ୍ଭନ୍ଧୀୟ ବାର୍ତ୍ତା ସେମାନଙ୍କର ଆଗରେ ଉପସ୍ଥାପନ କରିଥିଲେ । କାର୍ଯ୍ୟକ୍ରମରେ ଉଦ୍ୟାନ ଏବଂ କୃଷି ଅଧିକାରୀ ଅଜିତ କୁମାର ନାୟକ କୃଷକ ମାନଙ୍କୁ ଉନ୍ନତମାନର କୃଷି ପାଇଁ ଉତ୍ସାହିତ କରିଥିଲେ । ଏହି କର୍ମଶାଳାରେ କୃଷି କୁ ନେଇ ଏକ ନୂତନ ବ୍ୟବସାୟ ର ଆଶା ପ୍ରକାଶିତ ହୋଇଥିଲା ବେଳେ ନିକଟ ଭବିଷ୍ୟତ ରେ କୃଷିକ୍ଷେତ୍ରରେ ପ୍ରାୟ ୫-୭ କୋଟି ଟଙ୍କା ର ବ୍ୟବସାୟ ହେବ ବୋଲି ଆଶା କରାଯାଇଛି । ବର୍ତମାନ ପ୍ରାୟ ୨.୮ କୋଟି ଟଙ୍କାର ବ୍ୟବସାୟ ମାର୍ଗ ଖୋଲିଯାଇଛି , ଏଥିରେ ୦.୪କୋଟିର ଅଣ୍ଡା ଉତ୍ପାଦନ , ୦.୩ କୋଟିର କଦଳୀ ପରିପକ୍ୱନ ଭଣ୍ଡାର , ପ୍ରାୟ ୦.୧୫ କୋଟିର ଛୋଟ ଶୀତଳ ଭଣ୍ଡାର ଏବଂ କେତେକ ବ୍ରୟଲର୍ କୁକୁଡ଼ା ଫାର୍ମ ଅନ୍ତର୍ଭୁକ୍ତ ହୋଇଛି । ଏହି ସମ୍ମିଳନୀ ଦ୍ଵାରା ନୟାଗଡ ନିକଟ ଭବିଷ୍ୟତରେ କୃଷି ଉଦ୍ୟୋଗରେ ଆଶାନୁରୂପ ଅଭିବୃଦ୍ଧି କରିବା ବୋଲି ଆକଳନ କରାଯାଇଛି ।
ନୟାଗଡ଼ରେ ଏସବିଆଇ ପକ୍ଷରୁ ଉଚ୍ଚମାନର କୃଷକ କର୍ମଶାଳା ଅନୁଷ୍ଠିତ !!!

