ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଗୋଶାଣୀ ବ୍ଳକର ମଧୁସୂଦନ ପୁର ଗ୍ରାମ ପଞ୍ଚାୟତର ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଠାରେ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ସହ ଗ୍ରାମ୍ୟ ମୁଖୀ ପ୍ରଶାସନ ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣୀରେ ସର୍ଵ ମୋଟ 134 ଗୋଟି ଅଭିଯୋଗ ଆସିଥିଲା । ସେଥିମଧ୍ୟରୁ ବ୍ୟକ୍ତିଗତ 108 ଗୋଟି ଅଭିଯୋଗ ଥିବା ବେଳେ ଗୋଷ୍ଠୀଗତ 26 ଗୋଟି ଅଭିଯୋଗ ଆସିଥିଲା । 59 ଗୋଟି ଅଭିଯୋଗ ଜିଲ୍ଲା ପ୍ରଶାସନ ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଇ ସମାଧାନ କରାଯାଇଛି । ଅନ୍ୟ ଅଭିଯୋଗ ଗୁଡିକ ତୁରନ୍ତ ସମାଧାନ ସକାଶେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ବିଭିନ୍ନ ବିଭାଗର ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଅଭିଯୋଗ ଶୁଣାଣୀରେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା, ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସ୍ୱାତି ଏସ କୁମାର, ଗୋଷ୍ଠୀ ଉନ୍ନୟନ ଅଧିକାରୀ ନୀଳ ମାଧବ ମାଝୀ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ପ୍ରଦୀପ କୁମାର ପାତ୍ର, ବ୍ଳକ ଉପାଧ୍ୟକ୍ଷ।, ବ୍ଲକ ଅଧ୍ୟକ୍ଷ ବୀର ରାଜୁ, ସରପଞ୍ଚ ତ୍ରିଲୋଚନ ପଣ୍ଡା ପ୍ରମୁଖଙ୍କ ସମେତ ଜନ ପ୍ରତିନିଧି, ବ୍ଳକ ସ୍ତରୀୟ ଅଧିକାରୀ ଜିଲ୍ଲା ସ୍ତରୀୟ ଅଧିକାରୀ ଓ ଜନ ସାଧାରଣ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ 11 ଜଣ ପ୍ରକୃତ ହିତାଧିକାରୀଙ୍କୁ ପେନସନ ବଣ୍ଟନ କରାଯାଇଛି, ନଅ ଜଣଙ୍କୁ ବାଣୀଶ୍ରୀ ସ୍କଲରସିପ ବଣ୍ଟନ କରାଯାଇଛି ।
ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ଏବଂ ଗ୍ରାମ୍ୟ ମୁଖୀ ପ୍ରଶାସନ !!!

