ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ପର୍ଯ୍ୟଟନ ଋତୁ ଚାଲିଥିବାରୁ ଦୂର ଦୁରାନ୍ତରୁ ବହୁ ପର୍ଯ୍ୟଟକ ଚିଲିକା ଆସୁଛନ୍ତି । ଗତକାଲି ଏକ ଯାତ୍ରୀବାହୀ ଡଙ୍ଗାରେ କେତେକ ପର୍ଯ୍ୟଟକ ଚିଲିକା ମଧ୍ୟରେ ଥିବା ମା କାଳିଜାଈ ଙ୍କ ଦର୍ଶନ ସାରି ଫେରୁଥିବା ବେଳେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଗଭୀର ଜଳ ରାଶିରେ ଡଙ୍ଗା ଟି ଫସି ରହିଥିଲା । ଖବର ପାଇ ଅନ୍ୟ ଡଙ୍ଗା ସାହାଯ୍ୟରେ ସମସ୍ତ ପର୍ଯ୍ୟଟକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ପ୍ରକାଶ ଯେ ବଡକୂଳ ପାନ୍ଥନିବାସ ଚିଲିକା ଜେଟିରୁ ଗୁରୁବାର ଏକ ବେସରକାରୀ ଘରୋଇ ଯାତ୍ରୀବାହୀ ଡଙ୍ଗା ବହ୍ମପୁର ଅଞ୍ଚଳର ୮ ଜଣ ଯାତ୍ରୀଙ୍କୁ ନେଇ ମା କାଳିଜାଈ ଦର୍ଶନ ସାରି ସନ୍ଧ୍ୟାରେ ଫେରୁଥିଲା । ଜଟିଆ ନାସି ପାହାଡ଼ରେ ଅନତି ଦୂରରେ ଡଙ୍ଗା ଇଞ୍ଜିନ ରେ ମାଛ ଘେରି ଜାଲ ଫସି ଯିବାରୁ ବନ୍ଦ ହୋଇଯାଇଥିଲା । ଡଙ୍ଗାରେ ବସିଥିବା କିଛି ଯାତ୍ରୀ ବଡକୂଳ ଓଟିଡିସି ପାନ୍ଥନିବାସ ମ୍ୟାନେଜର ସବ୍ୟସାଚି କର ଙ୍କୁ ଜଣାଇବାରୁ ଓଟିଡିସି ଓ ଘୋରଇ ମୋଟର ବୋଟ ଆସୋସିଏସନ ପକ୍ଷରୁ ସମସ୍ତ ୮ ଜଣ ଯାତ୍ରୀଙ୍କୁ ଉକ୍ତ ଡଙ୍ଗାରୁ ଉଦ୍ଧାର କରାଯାଇଥିଲା । ଚିଲିକାରେ ବାରମ୍ବାର ଏପରି ଅଘଟଣ ଘଟୁଥିବାରୁ ଏଥିପତି ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।
ଚିଲିକାରେ ଫସିଲା ଯାତ୍ରୀବାହୀ ଡଙ୍ଗା : ସୁରକ୍ଷିତ ଅବସ୍ଥାରେ ସମସ୍ତ ଯାତ୍ରୀ ଉଦ୍ଧାର !!!

