ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ପୁରୀ ଜିଲ୍ଲା ଚିଲିକା କୃଷ୍ଣ ପ୍ରସାଦ ବ୍ଲକ ସେତୁ ନିର୍ମାଣ ସମିତି ତରଫରୁ ଓଡିଶା ସରକାର ଙ୍କ ଚିଫ ସେକ୍ରେଟାରୀ ଙ୍କୁ ଭେଟି ସାତପଡ଼ା – ଜହ୍ନିକୁଦା ସେତୁ ନିର୍ମାଣ ବିଷୟରେ ସବିଶେଷ ଆଲୋଚନା କରାଯାଇଛି ! ଆଲୋଚନା ପରେ ଚିଫ ସେକ୍ରେଟାରୀ ପରିବେଶ ବିଭାଗ ସହିତ ଅନ୍ୟାନ୍ୟ ବିଭାଗ କୁ ଫୋନ ଦ୍ୱାରା ଯୋଗାଯୋଗ କରି ଖୁବ କମ ଦିନ ଭିତରେ ଆପ୍ରେଜାଲ କମିଟି ଆସି ଭିଜିଟ କରିବେ ବୋଲି ପ୍ରତିଶୃତି ଦେଲେ ଏବଂ ଯଦି ସେଥିରେ କୌଣସି ବ୍ୟତିକ୍ରମ ହୁଏ ତେବେ ରାଜ୍ୟ ସରକାର ଙ୍କ ତରଫରୁ ଉପରୋକ୍ତ ପ୍ରସ୍ତାବ କୁ ନିଶ୍ଚିତ କାର୍ଯ୍ୟକାରୀ କରିବେ ବୋଲି ନିର୍ଭର ପ୍ରତିଶୃତି ଦେଇ ଥିବାରୁ ସେତୁନିର୍ମାଣ ସମିତି ତରଫରୁ ସେ ମହାଶୟ ଙ୍କୁ କୃତଜ୍ଞତା ଦେବା ସହିତ ଆଜି ସେତୁ ନିର୍ମାଣ ସମିତି କୁ ଏଇ କାର୍ଯ୍ୟ ରେ ଅଧିକ ସହଯୋଗ କରିଥିବା କୃଷ୍ଣ ପ୍ରସାଦ ବ୍ଲକ ର ପୂର୍ବତନ ଅଧ୍ୟକ୍ଷ ଲକ୍ଷ୍ମୀଧର ସାହୁ ମହୋଦୟ ଙ୍କୁ ମଧ୍ୟ କୃତଜ୍ଞତା ପ୍ରଦାନ କରାଯାଇଛି ! ସେତୁ ନିର୍ମାଣ ସମିତି ର ଅଧକ୍ଷ ଡ଼ଃ ଅଭିମନ୍ୟୁ ଜେନା, ସମ୍ପାଦକ ଆଡଭୋକେଟ ଶରତ କୁମାର ରାୟଗୁରୁ, କୃଷ୍ଣ ପ୍ରସାଦ ବ୍ଲକ ଅଧ୍ୟକ୍ଷଙ୍କ ପ୍ରତିନିଧି ବିଜୟ କୁମାର ତରେଇ, ବିଶିଷ୍ଟ ଶିକ୍ଷାବିତ ତଥା ପୂର୍ବତନ ଜିଲ୍ଲା ପରିଷଦ କେଳୁଚରଣ ଜେନା, ସମିତି ର କୋଷାଧକ୍ଷ ନବୀନ ଜେନା, ଚିଲିକା ପାରମ୍ପରିକ ମସ୍ୟଜୀବୀ ସଙ୍ଘ ର ସମ୍ପାଦକ କବିରାଜ ମାଝୀ, ଅଧ୍ୟାପକ ଭକ୍ତି ରଞ୍ଜନ ପଲେଇ, ଡା ଦେବେନ୍ଦ୍ର ନାଥ ତରେଇ ପ୍ରମୁଖ ଆଲୋଚନା ରେ ଭାଗ ନେଇଥିଲେ !
ଚିଫ୍ ସେକ୍ରେଟାରୀଙ୍କୁ ଭେଟିଲେ କୃଷ୍ଣପ୍ରସାଦ ବ୍ଲକ ସେତୁ ନିର୍ମାଣ ସମିତି ସଦସ୍ୟ !!!

