ବେଗୁନିଆ ( ଆୱାଜ ମିଡିଆ ) – ସମିର ସୁନ୍ଦରାୟ : ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଅନ୍ତର୍ଗତ ଅଟ୍ରି ର ବାବା ହଟକେଶ୍ୱର ଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ଖୋର୍ଦ୍ଧା, ନୟାଗଡ ଏବଂ କଟକ ଜିଲ୍ଲାର ପ୍ରାୟ ୨୫ ଜଣ ସାମ୍ବାଦିକ ମାନଙ୍କୁ ନେଇ ବରିଷ୍ଠ ଶିକ୍ଷାବିତ ନଳିନୀକାନ୍ତ ପଣ୍ଡାଙ୍କ ସଭାପତିତ୍ୱ ଏବଂ ସାମ୍ବାଦିକ ଯୋଗେଶ୍ୱର ପଣ୍ଡାଙ୍କ ଆବାହକତ୍ୱରେ ଗଠିତ ହୋଇଛି “ଉତ୍କଳମଣି ଆନ୍ତଃ ଜିଲ୍ଲା ସାମ୍ବାଦିକ ସଙ୍ଘ” l ସାମ୍ବାଦିକତା ମାଧ୍ୟମରେ ସମାଜସେବା ତଥା ନିଷ୍ପେସିତ ଦଳିତ ମାନଙ୍କୁ ନ୍ୟାୟ ପ୍ରଦାନ କ୍ଷେତ୍ରରେ ସାମ୍ବାଦିକ ମାନଙ୍କର ଅଗ୍ରଣୀ ଭୂମିକା ରହିବା ସହିତ ସାମ୍ବାଦିକତା ସାମ୍ବାଦିକର ପେସା ନହୋଇ ନିଶା ହେବା ନିତ୍ୟାନ୍ତ ଆବଶ୍ୟକ ବୋଲି ବରିଷ୍ଠ ଶିକ୍ଷାବିତ ଶତ୍ରୁଘ୍ନ ପ୍ରଧାନ ବୁଝାଇଥିଲେ l ସାମ୍ବାଦିକ ସମାଜରେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଭାବରେ ନିଜ ପରିବାରକୁ ଅବହେଳା କରି ସମାଜର ଉନ୍ନତି ପାଇଁ ସମ୍ବାଦ ପରିବେଷଣରେ ନିୟୋଜିତ ହୋଇ ସମାଜ ଆଗରେ ଭେଟି ଦେଇଥାଏ ନିଚ୍ଛକ ସମ୍ବାଦ l ଆଗାମୀ ଦିନରେ ସାମ୍ବାଦିକ ମାନେ କିପରି ଆହୁରି ଭଲ ସମ୍ବାଦ ପରିବେଷଣ ସହିତ ନିଜ ଆତ୍ମସମ୍ମାନ ନେଇ ଗର୍ବ କରିବେ ଏବଂ ସମସ୍ତ ସାମ୍ବାଦିକ ବଡ଼ ସାନ ଭୁଲି ଭାତୃତ୍ୱ ମନୋଭାବ ନେଇ ସମସ୍ତେ ସମସ୍ତଙ୍କ ପ୍ରତି ସାହାଯ୍ୟ ମନୋଭାବ ପୋଷଣ କରିବେ ତାହା ଥିଲା ଉକ୍ତ ସଭାର ମୁଖ୍ୟ ଲକ୍ଷ୍ୟ l ତତ ସଙ୍ଗେ ସଙ୍ଗେ ଆଗାମୀ ତିନିବର୍ଷ ସଙ୍ଘର ନୂତନ କାର୍ଯ୍ୟକର୍ତ୍ତା ମାନଙ୍କୁ ଚୟନ କରାଯାଇଥିଲା l ଖୋର୍ଦ୍ଧାର ଶରତ ଚନ୍ଦ୍ର ବାରିକ ସଂଘର ସଭାପତି ଭାବେ ମନୋନୀତ ହୋଇଥିବା ବେଳେ , ବାଙ୍କୀର ଶୁଭେନ୍ଦୁ ମହାପାତ୍ର ସମ୍ପାଦକ , କୋଷାଧକ୍ଷ ଭାବରେ ଗଙ୍ଗାଧର ଦାସ, ଭାପୁର ର ଗୀତିକାନ୍ତ ପଣ୍ଡା ଉପସଭାପତି, ବେଗୁନିଆର ମିହିର ରଞ୍ଜନ ମହାପାତ୍ର ସହ ସମ୍ପାଦକ, ସଂଗଠନ ସମ୍ପାଦକ ରୂପେ ଯୋଗେଶ୍ୱର ପଣ୍ଡା ଓ ବିଶ୍ୱଜିତ ମହାପାତ୍ର, ମିଡ଼ିଆ ସେଲ ସଂଯୋଜକ ଭାବରେ ସମିର ସୁନ୍ଦରାୟ ଏବଂ ଉପଦେଷ୍ଟା ଭାବରେ ନଳିନୀକାନ୍ତ ପଣ୍ଡା, ଶତ୍ରୁଘ୍ନ ପ୍ରଧାନ, ପାଣ୍ଡଵ ସାହୁ , ସଂଗ୍ରାମ କେଶରୀ ପଟ୍ଟନାୟକ, ଗୋବିନ୍ଦ ଖୁଣ୍ଟିଆ, ଭକ୍ତି ଭୂଷଣ ମହାପାତ୍ର ପ୍ରମୁଖ ମନୋନୀତ ହୋଇଥିଲେ l ବୈଠକରେ ପ୍ରଶାନ୍ତ କୁମାର କର, ପଦ୍ମନାଭ ମିଶ୍ର, ସତ୍ୟ ନାରାୟଣ ବାରିକ, ଲକ୍ଷ୍ମୀଧର ରାଉତ, ସଞ୍ଜୟ କୁମାର ମହାପାତ୍ର, ରାଧାମଣୀ ମହାପାତ୍ର, ଦେବବ୍ରତ ହୋତା , ନିରଞ୍ଜନ ନାୟକ, ଅନିଲ କୁମାର ନାୟକ, ଅଜୟ କୁମାର ସେଠି ପ୍ରମୁଖ ଉପସ୍ଥିତ ରହିଥିଲେ l ଶେଷରେ ଆବାହକ ଯୋଗେଶ୍ୱର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ l
” ଉତ୍କଳମଣି ସାମ୍ବାଦିକ ସଂଘ ” ର କର୍ମକର୍ତ୍ତା ଚୟନ !!!

