ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ରାଜଧାନୀର ବିଜେବି ନଗର ସ୍ଥିତ ଊର୍ଜା କ୍ଲାସ ଅନୁଷ୍ଠାନ ପରିସରରେ ଏକ ସ୍ବେଛାକୃତ ରକ୍ତଦାନ ଏବଂ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ପୂଣ୍ୟାତ୍ମା ସ୍ୱର୍ଗତ ଇତିପମା ନାୟକ ଏବଂ ସ୍ୱର୍ଗତ ଭରତ ଚନ୍ଦ୍ର ନାୟକ ଙ୍କ ସ୍ମୃତି ରେ “ହୋପ୍ ଫାଉଣ୍ଡେସନ ” ତରଫରୁ ସନସାଇନ୍ ହସ୍ପିଟାଲ ଏବଂ ମହାନଗର ନିଗମ ହସ୍ପିଟାଲ ସହାୟତା ରେ ଏହି ସ୍ୱାସ୍ଥ୍ୟ ପରୀକ୍ଷା ଏବଂ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିବା ଜଣାପଡିଛି । ଏହି ଶିବିରରେ ଶତାଧିକ ଲୋକ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ସହିତ ବିଶେଷଜ୍ଞ ମାନଙ୍କର ପରାମର୍ଶ ପାଇଥିଲେ । ଏହା ସହିତ ପଚାଶ ରୁ ଉର୍ଦ୍ଧ୍ବ ସ୍ୱେଛାସେବୀ ରକ୍ତଦାନ କରିଥିଲେ । ଏହି ଅବସରରେ ଜଗନ୍ନାଥ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଶେଷରେ “ହୋପ୍ ଫାଉଣ୍ଡେସନ “ସଭାପତି ବିକ୍ରମ ନାୟକ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

