ଚାରଣ ପ୍ରବକ୍ତା ଗଣଙ୍କ ଦ୍ଵାରା ଭାଗବତ ସଭା ଓ ନଗର କୀର୍ତ୍ତନରେ ବାଣପୁର ଉତ୍ସବ ମୁଖର !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ଶ୍ରୀ ଶ୍ରୀ ରଙ୍କନାଥ ଦେବଙ୍କ ମନ୍ଦିର ଠାରେ ଚାରଣ ମାନଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିବା ବେଳେ ସକାଳୁ ସମୂହ ସ୍ୱାଧ୍ୟାୟ, ଶ୍ରୀ ବିଷ୍ଣୁ ସହସ୍ର ନାମ, ଗୀତ, ହନୁମାନ ଚାଳିଶା ପାଠ ସହିତ ଶାଳିଆ ନଦୀରୁ କଳସ ଯାତ୍ରା ନଗର କୀର୍ତ୍ତନ କରାଯାଇଥିଲା । ପୂର୍ବାହ୍ନ ୧୦ ଟା ବେଳେ ଭାଗବତ ସଭା ଓ ପରେ ଶ୍ରୀ ବିଷ୍ଣୁ ଗାୟତ୍ରୀ ଯଜ୍ଞ କରାଯାଇଥିଲା । ଅପରାହ୍ନରେ ବ୍ରହ୍ମୋତ୍ସବ ଓ ନଗର କୀର୍ତନ ଭଗବତୀ ସାହି, ଦାଶରଥିପୁର, ତଳସାହି, ବଜାର ସାହି, ପାଇକ ସାହି, ରଘୁନାଥ ସାହି ଓ ଦକ୍ଷ ପ୍ରଜାପତି ସାହି ମଧ୍ୟ ଦେଇ ଯାଇଥିଲା । ସନ୍ଧ୍ୟା ୭ ଟା ରେ ଚାରଣ ପ୍ରବକ୍ତା ଗଣଙ୍କ ଦ୍ଵାରା ଭାଗବତ ସଭା ଓ ପ୍ରବଚନ ପ୍ରଦାନ କରାଯାଇଛି । ସମଗ୍ର ଵାଣପୁର ହୋଇପଡିଛି ଜଗନ୍ନାଥମୟ । ଆନ୍ତର୍ଜାତିକ ଚାରଣ ଗୋଷ୍ଠୀ , ପୁରୀ ଆନୁକୂଲ୍ୟରେ ରଙ୍କନାଥ ଦେବ ଙ୍କ ମନ୍ଦିରରୁ ଆଗମନ ହୋଇଥିବା ଏହି ଯାତ୍ରା , ମାଆ ଭଗବତୀଙ୍କ ମନ୍ଦିର ସମ୍ମୁଖ ଦେଇ ସମଗ୍ର ଵାଣପୁର ପରିକ୍ରମା କରିଥିଲା ! ଵିଶାଳ ସମାବେଶ ରେ ଵୟୋଜ୍ୟେଷ୍ଠ ଠାରୁ ଆରମ୍ଭ କରି ଶିଶୁ ପର୍ଯ୍ୟନ୍ତ ଜଗନ୍ନାଥ ଭଜନରେ ଭିଜି ଭିଜି ମଗ୍ନ ହୋଇଥିଲେ ! ହେ ଜଗନ୍ନାଥ ହେ ଵଳିଆର ଭୁଜ ଭଗବତୀଙ୍କ ପୀଠରେ ତୁମ ଭାବଗ୍ରାହୀ ଭକ୍ତଙ୍କ ମଂଗଳ କରୁଥାଅ – ଏ ଉକ୍ତିରେ ମୁଖରିତ ହୋଇଥିଲା ସମଗ୍ର ବାଣପୁର ।

Leave a Reply

Your email address will not be published. Required fields are marked *