ବୋଲଗଡ଼ ( ଆୱାଜ ମିଡ଼ିଆ ) – ଗଙ୍ଗାଧର ସାହୁ : ବୋଲଗଡ଼ ମହୋତ୍ସବ ଆଶା – ୨୨ ସୋମବାର ପ୍ରଥମ ସନ୍ଧ୍ୟା ବାମନ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭ ଦିବସର ମଧ୍ୟାହ୍ନରେ ମଞ୍ଚ ପୂଜନ କରାଯାଇଥିଲା । ପରେ ଅଂଚଳର ଇଷ୍ଟ ଗଡ଼ଦେବୀଙ୍କ ନିକଟରୁ ମଶାଲ ଅଣାଯାଇ ଠାକୁରାଣୀଙ୍କ ବାନା ମଞ୍ଚଗ୍ରେ ସ୍ଥାପନା କରାଯାଇ ଅପରାହ୍ନରେ ମାଷ୍ଟର ଚନ୍ଦ୍ର ବିଜୟୀ ମିଶ୍ରଙ୍କ ଦ୍ଵାରା କୁଇଚ ପ୍ରତିଯୋଗିତା କରାଯାଇଥିଲା । ସନ୍ଧ୍ୟାରେ ଖୋଲା ଆକାଶ ରଙ୍ଗ ମଞ୍ଚରେ ବିଭିନ୍ନ ଗ୍ରାମ୍ୟ କଳାକୃତି ସହ ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ପ୍ରାରମ୍ଭରେ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ଵଳନ, ଆସନ ଗ୍ରହଣ, ପୁଷ୍ପ ଗୁଚ୍ଛ ପ୍ରଦାନ ଓ ଅତିଥି ପରିଚୟ ପରେ ବଂଶୀଧର ସଂଗୀତ ମହାବିଦ୍ୟାଳୟ ପକ୍ଷରୁ ଆବହନୀ ସଂଗୀତ ଗାନ କରାଯାଇଥିଲା । ଉଦଘାଟନୀ ସନ୍ଧ୍ୟାରେ ବୋଲଗଡ଼ ମହୋତ୍ସବ କମିଟି ସଭାପତି ତଥା ସ୍ଥାନୀୟ ବିଧାୟକ ରାଜେନ୍ଦ୍ର କୁମାର ସାହୁ ଅଧକ୍ଷତା କରିଥିଲେ । ମୁଖ୍ୟବକ୍ତା ଭାବେ ଭୁବନେଶ୍ୱର ପୂର୍ବତନ ସାଂସଦ ତଥା ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ଡ଼ଃ ପ୍ରସନ୍ନ କୁମାର ପାଟ୍ଟଶାଣୀ, ପଂଚାୟତ ସମିତି ଅଧକ୍ଷା ହୁଲ୍ଲାସ ପ୍ରଧାନ, ସାଧାରଣ ସମ୍ପାଦକ ବୀର ଦାସ, ଉପାଧକ୍ଷ କୃଷ୍ଣ ମୋହନ ପାଲଟାସିଂହ, ବରିଷ୍ଠ ଉପଦେଷ୍ଠା ରବୀନ୍ଦ୍ର ପରିଡା, ପ୍ୟାରୀ ମୋହନ ଦାସ, ବୋଲଗଡ଼ ଏକ୍ସପ୍ରେସ ବ୍ରଜ ବିହାରୀ ସୁବୁଦ୍ଧି, ୨୫ନଂ ଜିଲ୍ଲା ପରିଷଦ ସଭ୍ୟା ସୁନନ୍ଦିତା ସାହୁ, ସମ୍ମାନ ପ୍ରତିଭା ବାଲ୍ମୀକ ବଳିଆରସିଂହ, ଭଞ୍ଜ କିଶୋର ଯତି ଓ ଲକ୍ଷ୍ମୀଧର ଚୌଧୁରୀ ପ୍ରମୁଖ ମଂଚାସୀନ ଥିଲେ । ସେହିପରି ବ୍ୟଙ୍ଗକାର ସତ୍ୟ ଓ ସତ୍ୟବ୍ରତ (ଦେଖ ଖବର ରଖ ନଜର) ମଂଚର ମୁଖ୍ୟ ଆକର୍ଷଣ ଥିଲେ । କାର୍ଯ୍ୟକ୍ରମକୁ ଅଖିଳେଶ ମହାପାତ୍ର, ଶ୍ରୀକାନ୍ତ ନାୟକ ଓ ଇନ୍ଦ୍ରସ୍ୱରୂପ ସାହୁ ଉପସ୍ଥାପନ କରିଥିବା ସମୟରେ ପ୍ରଫୁଲ୍ଲ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।
ପ୍ରଥମ ସନ୍ଧ୍ୟାରେ ଦୁଲୁକିଲା ମଞ୍ଚ : ବୋଲଗଡ଼ ମହୋତ୍ସବ ଆଶା ୨୨ !!!

