ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଶୁକ୍ରବାର ମଧ୍ୟାହ୍ନରେ ବାଣପୁର ବିଜ୍ଞାପିତ ଅଞ୍ଚଳର ଏକ ପରିତ୍ୟକ୍ତ ଛାତ ଘର ଭୁଷୁଡି ଛାତ ତଳକୁ ଗାଇ ଓ ଷଣ୍ଢ ପଲ ଗଳି ପଡିଥିବା ଦେଖିବାକୁ ମିଳିଛି । ଖବର ପାଇ ଅଗ୍ନିଶମ ବିଭାଗ ଓ ବିଦ୍ୟୁତ ବିଭାଗ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଛି । ଖବର ନେବାରେ ଜଣାଯାଏ ବାଣପୁର ବିଜ୍ଞାପିତ ଅଞ୍ଚଳ ତହସିଲ ରୋଡ ପେଟ୍ରୋଲ ପମ୍ପ ନିକଟରେ ଥିବା ସେଣ୍ଟ ଜାଭିୟର ସ୍କୁଲ ପାଖରେ ଏକ ପରିତ୍ୟକ୍ତ ଛାତ ଘର ଥିଲା । କୈାଣସି କାରଣ ବଶତଃ କିଛି ଗାଇ ଓ ଷଣ୍ଡ ପରିତ୍ୟକ୍ତ ଛାତ ଉପରକୁ ଚାଲିଯିବା ରେ ହଠାତ ଛାତଟି ତଳକୁ ଭୁଷୁଡି ପଡ଼ିଥିଲା । ପରିତ୍ୟକ୍ତ ଛାତ ଥିବରୁ ଛାତ ତଳୁ ପାଣି ଗଳୁଥିଲା । ପାଣିରୁ ସୁରକ୍ଷା ନିମନ୍ତେ ଘର ମାଲିକ ଛାତ ତଳେ ଟିଣ ମାନ ପକାଇଥିଲେ । ତେବେ ଛାତ ଉପରକୁ ଗାଇ ଗୋରୁ ମାନେ ଚଢିଯିବାରୁ ଛାତ ତଳକୁ ଭୁଷୁଡି ପଡ଼ିଥିଲା । ଫଳରେ ଗାଇ ଗୋରୁ ଆହାତ ହୋଇ ଚିତ୍କାର କରୁଥିଲେ । ଏହା ଦେଖି ଲୋକମାନେ ରୁଣ୍ଡ ହୋଇଥିବା ବେଳେ, ଅଗ୍ନିଶମ ବିଭାଗ ଓ ବିଦ୍ୟୁତ ବିଭାଗ କୁ ଖବର ଦେଇ ସେଠାରୁ ସେମାନଙ୍କୁ ଉଦ୍ଧାର କରିଥିଲେ ।
ବାଣପୁର ସେଣ୍ଟ ଜାଭିୟର ସ୍କୁଲ ପରିସରରେ ଥିବା ପରିତ୍ୟକ୍ତ ଛାତ ଭୁଷୁଡି ଗଳି ପଡିଲେ ଗାଇ ଓ ଷଣ୍ଢ ପଲ !!!

