ଶ୍ରୀ ଉଗ୍ରତରା ପଡ଼ିଆରେ ରାୟଗଡ଼ ବ୍ଲକ ସ୍ତରୀୟ ଚଇତି ଅନୁଷ୍ଠିତ !!!

Spread the love

ରାୟଗଡ଼ା ( ଆୱାଜ ମିଡ଼ିଆ ) – ଆଲୋକ ମହାରଣା : ରାୟଗଡ଼ା ବ୍ଲକର ଶ୍ରୀ ଉଗ୍ରତାରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପଡ଼ିଆରେ ବ୍ଲକ ସ୍ତରୀୟ ଚଇତି ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । କୋରାପୁଟ ଲୋକସଭା ସାଂସଦ ଶ୍ରୀ ସପ୍ତଗିରି ଶଙ୍କର ଉଲ୍ଲାକା ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ । ଅନ୍ୟତମ ଅତିଥିରୁପେ ରାୟଗଡ଼ ବିଧାୟକ ଶ୍ରୀ ମକରନ୍ଦ ମୁଦୁଲି, ଜିଲ୍ଲା ପରିଷଦ ରାୟଗଡାର ସଭାନେତ୍ରୀ ସରସ୍ଵତୀ ମାଝୀ, ସ୍ବତନ୍ତ୍ର ବିକାଶ ପରିଷଦ ଅଧ୍ୟକ୍ଷା ଅନୁଷୟା ମାଝୀ, ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ଟୁନି ହୁଇକା ବ୍ଲକ ଉପାଧ୍ୟକ୍ଷ ହର ପ୍ରସାଦ ହେପୃକା, ଜିଲ୍ଲା ପରିଷଦ ସଭ୍ୟା, ସନ୍ଧ୍ୟା ପୁଲାକା ଓ କବିତା ମାଣ୍ଡଙ୍ଗୀ, ଅତିରିକ୍ତ ଜିଲ୍ଲାପାଳ ଧର୍ମାନନ୍ଦ ବେହେରା, ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ରବି ନାରାୟଣ ତ୍ରୀପାଠୀ, ରାୟଗଡା ଉପଜିଲ୍ଲାପାଳ ଭୀମସେନ ଶବର, ପ୍ରକଳ୍ପ ପ୍ରଶାସକ ପଦ୍ମଚରଣ ନାୟକ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ବିଡିଓ ଲକ୍ଷ୍ମୀ ନାରାୟଣ ସାବତ, ତହସିଲଦାର ତାପସ କୁମାର ରାଉତ ଅତିରିକ୍ତ ତହସିଲଦାର ସୁନିଲ ଖରା, ଏ ବି ଡି ଓ କାଳୁ ଚରଣ ନାୟକ, ସିଡିପିଓ ମୀନାକ୍ଷୀ ଦାଶ, ଡ: ସୁନିଲ ପ୍ରସାଦ ମହାପାତ୍ର, ଜଳଛାୟା ସହକାରୀ ଯନ୍ତ୍ରୀ ଅନିତା ମହାନ୍ତି, ରାୟଗଡ଼ ସହକାରୀ ଯନ୍ତ୍ରୀ ଏ ସାନାମୁଖା କୁମାର ପାତ୍ର କୁମୁଟିପେଣ୍ଠ ସରପଞ୍ଚ ହରି ବିଡ଼ିକା, ସମିତି ସଭ୍ୟା ମାଧୁରୀ ହିକକା ପ୍ରମୁଖ ମଞ୍ଚାଷିନ ଥିଲେ । ମାଁ ଉଗ୍ରତାରାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ ଓ ପ୍ରଦୀପ ପ୍ରଜ୍ବଳନ ପରେ ସଚେତନତା ଷ୍ଟାଲର ଉଦଘାଟନ କରାଯାଇଥିଲା ।ଶିକ୍ଷା, ସ୍ୱାସ୍ଥ୍ୟ, ଜଳଛାୟା, କୃଷି, ସମ୍ମନ୍ବିତ ଶିଶୁ ବିକାଶ, ସ୍ୱଚ୍ଛ ଭାରତ ମିଶନ, ଉଦ୍ୟାନ କୃଷି, ମିଶନ ଶକ୍ତି ବିଭାଗ ତରଫରୁ ସଚେତନତା ଷ୍ଟଲ ମାନ ଖୋଲାଯାଇଥିଲା । ଲୁକ୍କାୟିତ ପ୍ରତିଭା, ସଂସ୍କୃତି ଓ ପରମ୍ପରା ଗୁଡ଼ିକର ବ୍ଲକ ଠାରୁ ରାଜ୍ୟ ସ୍ତରରେ ଉନ୍ମୋଚନ ନିମନ୍ତେ ଚଇତି ଏକ ଉତ୍କୃଷ୍ଟ ମଞ୍ଚ ବୋଲି ଅତିଥି ମତବ୍ୟକ୍ତ କରିଥିଲେ । ବିଭିନ୍ନ ପଞ୍ଚାୟତରୁ କୋଡ଼ିଏ ଗୋଟି ସାଂସ୍କୃତିକ ଦଳ ନୃତ୍ୟ ପରିବେଷଣ କରିଥିଲେ । ଟୁନା ଟନ୍ ଟନ୍ ଓରଫ୍ ପ୍ରଭାକର ମିଶ୍ର ଚଇତି ମଞ୍ଚରେ ନିଜର କମେଡି ପ୍ରତିଭା ମାଧ୍ୟମରେ ଦର୍ଶକଙ୍କ ମନ ମୋହିଥିଲେ। ବରିଷ୍ଠ ଶିକ୍ଷକ ନିଳାଞ୍ଚଳ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଓ କୁମୁଟିପେଣ୍ଠ ଗ୍ରାମ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟା , ନିର୍ବାହୀ ଅଧିକାରୀ, ଜି ଆର ଏସ ସମେତ ସମସ୍ତ ସମିତି କର୍ମକର୍ତ୍ତା ସହଯୋଗ କରିଥିଲେ । ଉତ୍ତମ ସାମାଜିକ ସେବାରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଶ୍ରୀ ଶାନ୍ତନୁ କୁମାର ସାହୁ, ରାୟଗଡ଼ ଓ ରୁପୁଲି କାଡ୍ରାକା, ହାଲୁଆଙ୍କୁ ଉପଢୌକନ ଓ ମାନପତ୍ର ସହ ସମ୍ମାନିତ କରାଯାଇଥିଲା ।

Leave a Reply

Your email address will not be published. Required fields are marked *