୮ ମ ଗଜପତି ଜିଲ୍ଲା ବିଦ୍ୟାଳୟ ସ୍ତରୀୟ ସାମୁହିକ କ୍ରୀଡା ପ୍ରତିଯୋଗିତା !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଅନ୍ତର୍ଗତ ଗାରବନ୍ଧ ଗ୍ରାମ ଠାରେ ଥିବା ଶ୍ରୀଭେଙ୍କେଟେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ଠାରେ ୮ ମ ଜିଲ୍ଲା ବିଦ୍ୟାଳୟ ସ୍ତରୀୟ ସାମୁହିକ କୀଡା ପ୍ରତିଯୋଗିତା ୨୦୨୨-୨୩ ଆଜି ଉଦଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲା ପରିଷଦ ସଭାପତି ଜି.ତିରୁପତି ରାଓ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା, ମୁଖ୍ୟ ବକ୍ତା ଭାବରେ ଭାରପ୍ରାପ୍ତ ଜିଲ୍ଲା କ୍ରୀଡ଼ା ଅଧିକାରୀ ତଥା ଡେପୁଟି କଲେକ୍ଟର ନଟବର ଗରଡ଼ା ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ କରି ଶୁଭାରମ୍ଭ କରିଥିଲେ । ଆୟୋଜିତ ସଭାରେ ଜିଲ୍ଲା ଶିକ୍ଷାଧିକାରୀ ପ୍ରଦୋଷ କୁମାର ନାୟକଙ୍କ ପୌରହିତ୍ୟରେ ଗୋଷାଣି ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ନୀଳମାଧବ ମାଝୀ, ଜିଲ୍ଲା ନିରୀକ୍ଷକ (ଭାରପ୍ରାପ୍ତ) ସୁରେନ୍ଦ୍ର କୁମାର ପାତ୍ର, ପୁରାତନ ଛାତ୍ର ସଂଘର ସଭାପତି ପ୍ରସାଦ କୁମାର ପଟ୍ଟନାୟକ, ଗାରବନ୍ଧ ସ୍ଥିତ ଶ୍ରୀ ଭେଙ୍କେଟେଶ୍ୱର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବି.ତିରୁମଲା ରାଓ ପଟ୍ଟନାୟକ, ଗାରବନ୍ଧ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ପୃଥିବୀରାଜ ଜେନା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଜିଲ୍ଲାପାଳ ଶ୍ରୀ ପଣ୍ଡା ନିଜ ଉଦ୍‌ବୋଧନରେ ଓଡିଶା ତଥା ଜିଲ୍ଲାରେ ହେଉଥିବା ଗ୍ରାମାଞ୍ଚଳ କ୍ରୀଡା ପ୍ରତିଯୋଗିତା ଯୋଗୁଁ ଖେଳାଳୀଙ୍କ ଅଭ୍ୟୁଦୟ ହୋଇପାରୁଛି ଏବଂ ଏଥିପାଇଁ ଆମ୍ଭେ ଗର୍ବିତ ବୋଲି କହିଥିଲେ । ଏହା ସହ ବିଶ୍ୱ ହକି ଟୁର୍ଣ୍ଣାମେଣ୍ଟ ଆୟୋଜନ କରି ଆମ୍ଭ ରାଜ୍ୟ ସମଗ୍ର ବିଶ୍ୱରେ ଗୌରବାନ୍ୱିତ ହୋଇପାରିଛି । ମୁଖ୍ୟଅତିଥି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ରାଓ ଖେଳରେ ହାରଜିତ କିଛି ମାନେ ରଖେନାହିଁ । ଖେଳୁଆଡ ମନୋଭାବ ରଖି ଖେଳିବା ଅଭ୍ୟାସ ଜାରି ରଖିବାପାଇଁ ଆହ୍ୱାନ ଦେଇଥିଲେ । ସେହପିର ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ନାୟକ ମୋବାଇଲ ଗେମ୍ ନ ଖେଳି ଶାରୀରିକ ଭାବେ ଖେଳକୁଦ କରିବା ପାଇଁ ବକ୍ତବ୍ୟ ରଖିଥିଲେ । ସଭା କାର୍ଯ୍ୟକ୍ରମ ଶେଷରେ ଜିଲ୍ଲା କ୍ରୀଡ଼ା ନିରୀକ୍ଷକ ଧନ୍ୟବାଦ ଅର୍ପଣ କରିଥିବା ବେଳେ ମଞ୍ଚ ପରିଚାଳନା କରିଥିଲେ ଭୁଷୁକୁଡି ହାଇସ୍କୁଲର ଶାରୀରିକ ଶିକ୍ଷା ଶିକ୍ଷକ କିଶୋର ଚନ୍ଦ୍ର ସାମଲ । ଏହାପରେ ମୁଖ୍ୟ ଅତିଥି ତଥା ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ରାଓ ପତାକା ଉତ୍ତଳନ କରି ଖେଳକୁଦ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ଏହି କ୍ରୀଡା ପ୍ରତିଯୋଗିତାରେ ଜିଲ୍ଲାର ୭ ଗୋଟି ବ୍ଲକର ୧୪ ବର୍ଷ ବୟସ୍କ ଛାତ୍ରଛାତ୍ରୀ ଓ ୧୭ ବର୍ଷରୁ କମ୍ ବୟସର ମୋଟ ୩୭୫ ଜଣ ବାଳକ ବାଳିକା ଅଂଶ ଗ୍ରହଣ କରିଛନ୍ତି । ଏହି ଦୁଇ ଦିନିଆ ଜିଲ୍ଲା ସ୍ତରୀୟ କ୍ରୀଡା ପ୍ରତିଯୋଗିତାରେ ମୋଟ ୮୧ ଜଣ କ୍ରୀଡ଼ା ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ରହି ଖେଳକୁଦ କାର୍ଯ୍ୟକ୍ରମରେ ସହଯୋଗ କରୁଥିବା ବେଳେ ସମସ୍ତ କାର୍ଯ୍ୟକ୍ରମକୁ ଏସ୍‌ଭିଟି ହାଇସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀ ପଟ୍ଟନାୟକ ପରିଚାଳନା କରିଥିଲେ । ପ୍ରକାଶ ଥାଉକି ଏହି ପ୍ରତିଯୋଗୀତା ଦୁଇ ଦିନ ଧରି ଚାଲିବ ଏଥିରେ ଦୌଡ଼, ଭଲିବଲ, କବାଡି, ଖୋଖୋ ଓ ଯୋଗାସନର ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା ! ଏଥିରେ ଭଲ ପ୍ରଦର୍ଶନ କରିଥିବା ଖେଳାଳି ମାନେ ରାଜ୍ୟସ୍ତରୀୟ କ୍ରୀଡ଼ାରେ ଭାଗନେବେ ।

Leave a Reply

Your email address will not be published. Required fields are marked *