ନୟାଗଡ ଜିଲ୍ଲାର ସମସ୍ତ ନିର୍ବାଚନ ମଣ୍ଡଳୀର ଚୂଡାନ୍ତ ଭୋଟର ତାଲିକା ଜିଲ୍ଲାପାଳଙ୍କ ଦ୍ୱାରା ପ୍ରକାଶିତ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ ଜିଲ୍ଲା ର ସମସ୍ତ ନିର୍ବାଚନ ମଣ୍ଡଳୀ – ନୟାଗଡ଼, ଖଣ୍ଡପଡା, ଦଶପଲ୍ଲା ଓ ରଣପୁର ର ଚୁଡାନ୍ତ ଭୋଟର ତାଲିକା ପ୍ରକାଶିତ ହୋଇଛି । ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ଗୃହରେ ଜିଲ୍ଲାପାଳ ରବିନ୍ଦ୍ରନାଥ ସାହୁ ଚୁଡାନ୍ତ ଭୋଟର ତାଲିକାକୁ ପ୍ରକାଶିତ କରିଛନ୍ତି । ରଣପୁର ନିର୍ବାଚନ ମଣ୍ଡଳୀରେ ସମୁଦାୟ ୨୦୧୭୫୩ ଜଣ ଭୋଟର ରହିଥିବା ବେଳେ ଖଣ୍ଡପଡ଼ାରେ ୧୭୮୬୯୨ ଭୋଟର , ଦଶପଲ୍ଲା ନିର୍ବାଚନ ମଣ୍ଡଳୀରେ ୧୮୪୧୪୮ ଭୋଟର ରହିଛନ୍ତି । ସେହିପରି ନୟାଗଡ଼ ନିର୍ବାଚନ ମଣ୍ଡଳୀରେ ୨୧୨୩୬୩ ଭୋଟର ରହିଥିବା ଜଣା ପଡିଛି । ଜିଲ୍ଲାରେ ମୋଟ ୭୭୬୯୫୬ ଭୋଟର ରହିଛନ୍ତି । ସେଥି ମଧ୍ୟରୁ ଜିଲ୍ଲାରେ ମୋଟ ୪୦୮୪୪୨ ପୁରୁଷ ଭୋଟର ଥିବାବେଳେ ୩୬୮୪୬୬ ମହିଳା ଭୋଟର ରହିଛନ୍ତି । ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୁଚନା ଦେଇଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ସମସ୍ତ ରାଜନୈତିକ ଦଳର ପ୍ରତିନିଧି ମାନେ ଉପସ୍ଥିତ ରହିଥିଲେ । ଏହା ସହିତ ଉପଜିଲ୍ଲାପାଳ ଶକ୍ତିକାନ୍ତ ରାୟ, ସହାୟକ ଜିଲ୍ଲାପାଳ ଶୁଭସ୍ନିଗ୍ଧା ସେଠୀ, ସୁଚନା ଲୋକସମ୍ପର୍କ ଅଧିକାରୀ ସୁରେନ୍ଦ୍ର କୁମାର ସାହୁ, ଅନୀତା ରାଓ ଓ ଦିଲ୍ଲୀପ ଦାସ ପ୍ରମୁଖ ଉପସ୍ଥିତ ରହିଥିଲେ ।

Leave a Reply

Your email address will not be published. Required fields are marked *